ପୁଣିଥରେ ଏକାଠି ସିଡନାଜ୍

ମୁମ୍ବାଇ: ‘ବିଗ ବସ ୧୩’ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଓ ଫେମସ ପ୍ରତିଯୋଗୀ ସେହନାଜ ଗିଲଙ୍କ ଖଟାମିଠା ପ୍ରେମକାହାଣୀ ଦେଖିବାକୁ ସବୁବେଳେ ବ୍ୟାକୁଳ ଦର୍ଶକ। ବିଗ ବସ ହାଉସରେ ଏହି ଯୋଡିଙ୍କ ପ୍ରେମଭରା ଯାତ୍ରା ଦର୍ଶକଙ୍କ ଖୁବ୍ ମନ କିଣିଥିଲା। ଏବେ ଦର୍ଶକଙ୍କ ପାଉଁ ଖୁସି ଖବର ସାମ୍ନାକୁ ଆସିଛି। ଆଜ୍ଞା ହଁ, ଏହି ଯୋଡିକୁ ପୁଣି ଏକାଠି ଦେଖିବାକୁ ଯାଉଛନ୍ତି ଫ୍ୟାନ୍ସ । ଖୁବଶୀଘ୍ର ସିଦ୍ଧାର୍ଥ ଓ ସେହନାଜଙ୍କ ଏକ ମ୍ୟୁଜିକ ଭିଡିଓ ସମସ୍ତଙ୍କ ସାମ୍ନାକୁ ଆସିବ। ‘ଭୁଲା ଦୁଙ୍ଗା’ ଗୀତଟିକୁ ଗାଇଛନ୍ତି ଫେମସ ଗାୟକ ଦର୍ଶନ ରାୱଲ।

ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇ ଦର୍ଶନ ଇନଷ୍ଟାଗ୍ରାମରେ ସେହନାଜ ଓ ସିଦ୍ଧାର୍ଥଙ୍କ ସହ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଏହି ଦୁଇ ସୁନ୍ଦର ଲୋକଙ୍କ ସହ ଖୁବଶୀଘ୍ର ଆସିବ ଏକ ଶାନଦାର ଗୀତ। କେବଳ ଆଉ କେବଳ ଆପଣଙ୍କ ପାଇଁ।’

‘ଭୁଲା ଦୁଙ୍ଗା’ ଗୀତକୁ ଇଣ୍ଡି ମ୍ୟୁଜିକ ଲେବଲର ଏମଜି ନୌସାଦ ଖାନ ନିଜ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରିବେ। ସେ ଗୀତକୁ ନେଇ କହିଛନ୍ତି ଗୀତର ସୁଟିଂ ବର୍ତମାନ ଶେଷ ହୋଇଯାଇଛି। ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା ଚଳାଇଛନ୍ତି।

ବର୍ତମାନ ସୋସିଆଲ ମିଡିଆରେ ସିଦ୍ଧାର୍ଥ ଓ ସେହନାଜଙ୍କ ଗୋଟିଏ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇଜଣ ବର୍ଷାରେ ଠିଆ ହୋଇଥିବାର ନଜର ଆସୁଛନ୍ତି।

ପ୍ରକାଶ ଥାଉକି ଏହି ଯୋଡି ପୂର୍ବରୁ ‘ବିଗ ବସ ୧୩’ର ଫେମସ କପଲ ପାରସ ଛାବଡା ଓ ମାହୀରା ଶର୍ମାଙ୍କ ‘ବାରିଷ’ ଗୀତ ରିଲିଜ ହୋଇସାରିଛି। ଆଉ ଖୁବଶୀଘ୍ର ଆସୀମ ରିୟାଜ ଓ ହିମାଂଶୀ ଖୁରାନାଙ୍କ ମ୍ୟୁଜିକ ଆଲବମ ଆସିବାକୁ ଯାଉଛି।

Leave A Reply

Your email address will not be published.