କର୍ଣ୍ଣାଟକର ନୂଆ ବାଚସ୍ପତି ବିଶ୍ୱେଶ୍ୱର ହେଗଡେ କାଗେରି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ସରକାର ଗଢ଼ିବା ପରେ ବିଧାନସଭାର ବାଚସ୍ପତି ପଦରୁ କେ.ଆର. ରମେଶ କୁମାର ଇସ୍ତଫା ଦେଇଥିଲେ। ଏହାପରେ ବିଜେପି ବିଧାୟକ ବିଶ୍ୱେଶ୍ୱର ହେଗଡେ କାଗେରିଙ୍କୁ ନୂଆ ବାଚସ୍ପତି ଭାବେ ମନୋନୀତ କରାଯାଇଛି। ବାଚସ୍ପତି ପଦବୀ ପାଇଁ ବିଶ୍ୱେଶ୍ୱର ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ବିପକ୍ଷ​‌ରେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ତେଣୁ ସେ ହିଁ ବାଚସ୍ପତି ହେବା ଏକପ୍ରକାର ସ୍ଥିର ହୋଇଛି। ଆସନ୍ତା ଗୁରୁବାର ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ବିଶ୍ୱେଶ୍ୱର ମୋଟ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସେ ରାଜ୍ୟର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି।

Leave A Reply

Your email address will not be published.