ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଭିଏଲ୍ଡବ୍ଲ୍ୟୁ ମୃତ୍ୟୁ ଘଟଣାର ପୁଲିସ୍ ତଦନ୍ତ ଜୋରଦାର ଭାବେ ଚାଲିଥିବାବେଳେ ବିରୋଧିଦଳ ଗୁଡିକ ଏହାକୁ ରାଜନୈତିକ ରଙ୍ଗ ଦେଇ ତଦନ୍ତକୁ ବାଟବଣା ନକରିବାକୁ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି । ଡକ୍ଟର ପାତ୍ର କହିଛନ୍ତି ଯେ ଏହି ହତ୍ୟା ଘଟଣା ଉପରୁ ପରଦା ଉଠାଇବାପାଇଁ ପୁଲିସ୍ ଆପ୍ରାଣ ଉଦ୍ୟମ କରୁଥିବାବେଳେ ଏହା ଉପରେ ଆମେ ସମସ୍ତେ ଭରସା ରଖିବା ଉଚିତ୍ । ହେଲେ କିଛି ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷ ନଜି ନଜି ର ଫାଇଦା ପାଇ ଏହାର ରାଜନୀତିକରଣ ଦେବାରେ ଲାଗିଛନ୍ତି । ଏହାଦ୍ୱାରା ତଦନ୍ତ ବାଟବଣା ହେବାର ଢେର ସମ୍ଭାବନା ରହିଛି । ଦଳୀୟ ସ୍ୱାର୍ଥ ଦୃଷ୍ଟିରୁ ଏବେ କିଛି ନେତା ଦଳ ବଳ ସହ ସମ୍ପୃକ୍ତ ଅଞ୍ଚଳକୁ ଯିବା ସହିତ ଗଣମାଧ୍ୟମକୁ ବିବୃତ୍ତିମାନ ଦେବାରେ ଲାଗିଛନ୍ତି । ଏପରିକି ଏହି ଘଟଣାରେ ଅନ୍ୟମାନଙ୍କ ନାମକୁ ଯୋଡି ସାଧାରଣରେ ଭ୍ରମ ସୃଷ୍ଟି କରାଯାଉଛି । ଜଣେ ମହିଳା ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଥିବାରୁ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ପୁଲିସ୍ ମଧ୍ୟ ଠିକଣା ଭାବେ ତଦନ୍ତକୁ ଆଗକୁ ନେଉଛି । ମାମଲା ଉପରୁ ପରଦା ହଟାଇବା ସହିତ ଏଥିରେ କୌଣସି ବ୍ୟକ୍ତି ସମ୍ପୃକ୍ତ ବୋଲି ଜଣାପଡିଲେ ସେମାନଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା ହୋଇଥିବାବେଳେ ତଦନ୍ତରେ ପୁଲିସ୍କୁ ସହଯୋଗ କରିବା ବଦଳରେ କିଛି ରାଜନୈତିକ ଦଳ ଓ ବ୍ୟକ୍ତି ଆଗୁଆ ଯେଭଳି ମାମଲା ସହିତ ଅନ୍ୟମାନଙ୍କୁ ଯୋଡୁଛନ୍ତି ତାହାଦ୍ୱାରା କେବଳ ତଦନ୍ତ ବାଟବଣା ହେବନାହିଁ, ମୃତକଙ୍କ ପରିବାର ମଧ୍ୟ ନ୍ୟାୟ ପାଇବାରେ ବିଳମ୍ବ ହେବାର ଆଶଙ୍କା ଉପୁଜିଲାଣି । ଇତି ମଧ୍ୟରେ ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ଯେଉଁ ଦାବି ହୋଇଛି ଡକ୍ଟର ପାତ୍ର ତାହାକୁ ଅଗ୍ରାହ୍ୟ କରିବା ସହିତ ମାମଲାର ତଦନ୍ତ କ୍ଷେତ୍ରରେ ଓଡିଶା ପୁଲିସ୍ ସିବିଆଇ ଠାରୁ କୌଣସି ଗୁଣରେ କମ୍ ନୁହେଁ । ତେଣୁ ପୁଲିସ୍ ଉପରେ ଭରସା ରଖିବା ସହତି ସମ୍ପୃକ୍ତ ପରିବାର କିଭଳି ନ୍ୟାୟ ପାଇବେ ସେଥିପାଇଁ ସମସ୍ତେ ସହଯୋଗ କରିବା ଏବଂ ମହଳି ।ଙ୍କ ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନକରିବାକୁ ଡକ୍ଟର ପାତ୍ର ଅନୁରୋଧ କରିଛନ୍ତି ।
Prev Post
