
ଭୁବନେଶ୍ୱର : ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅସୁସ୍ଥ । ଅମିତ ଶାହ ସ୍ୱାଇନ ଫ୍ଲୁରେ ଆକ୍ରନ୍ତ ହୋଇଛନ୍ତି । ଚିକିସ୍ତା ପାଇଁ ତାଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଛି । ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିବା ନେଇ ନିଜେ ଅମିତ ଶାହ ଟୁଇଟ କରି ସୂଚନା ଦେଇଛନ୍ତି । ନିଜର ଟୁଇଟରେ ଶାହ ଲେଖିଛନ୍ତି ଇଶ୍ୱରଙ୍କ ଇଛା ଓ ଆପମଙ୍କ ଭଲ ପାଇବା ଯୋଗୁ ଁ ଖୁବ ଶିଘ୍ର ସୁସ୍ଥ ହୋଇଯିବି ।
ଅସୁସ୍ଥତା କାରଣରୁ ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ୧୮ ତାରିଖରେ କଟକ ସାଲେପୁର କୁଳିଆରେ ହେବାକୁ ଥିବା ଦଳର ସମାବେଶ କାର୍ଯ୍ୟକ୍ରମକୁ ବାତିଲ କରାଯିବା ନେଇ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ତେବେ ରଷ୍ଟ୍ରିୟ ଅଧ୍ୟକ୍ଷ ସୁସ୍ଥ ହେବା ପରେ ପରବତ୍ତୀ ସମୟରେ କାର୍ଯ୍ୟକ୍ରମ ସ୍ତିର କରାଯିବ ବୋଲି ସମୀର ମହାନ୍ତି କହିଛନ୍ତି ।
