ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁଣି ଓଡ଼ିଶା ଆସୁଛନ୍ତି । ଆସନ୍ତା ୧୫ ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଶ୍ରୀ ଶାହା ସମ୍ବଲପୁରଠାରେ ବୁଥ୍ ସଭାପତି, ସଂପାଦକ, ପ୍ରଭାରୀ, ସହ-ପ୍ରଭାରୀଙ୍କ ସହ ସାଙ୍ଗଠନିକ ଋଣନୀତି ସଂପର୍କରେ ଆଲୋଚନା କରିବେ । ସମ୍ବଲପୁରରେ ବିଶାଳ ଜନସମାବେଶକୁ ସମ୍ବୋଧନ କରିବା ସହ ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଭରିବେ । ବୁଥ୍ସ୍ତରୀୟ କର୍ମୀଙ୍କ ମନବଳ ବୃଦ୍ଧି କରିବାକୁ ଶାହ ଆସୁଥିବା କୁହାଯାଉଛି । ସମ୍ବଲପୁର ସମେତ ବରଗଡ, ସୁନ୍ଦରଗଡ, ବଲାଙ୍ଗିର ଓ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳିର ବୁଥ୍ ସ୍ତରୀୟ କର୍ମୀଙ୍କ ସହ ଆଲୋଚନା କରିବେ ଏବଂ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା ହେଉଛି । ୮୦୦୦ରୁ ଉର୍ଦ୍ଧ୍ୱ ବୁଥ୍ରୁ କର୍ମୀମାନେ ଏହି ସମାବେଶରେ ଯୋଗଦେବେ ।

ମୋଦି ସରକରାଙ୍କ ନେତୃତ୍ୱରେ ଦେଶର ବିକାଶ ଶିଖର ସ୍ତରରେ ପହଂଚିଛି । ସାଧାରଣ ଲୋକଙ୍କ ବିକାଶ ଦିଗରେ ପ୍ରଧାନମନ୍ତ୍ରୀ ଅହରହ କାର୍ଯ୍ୟ କରି ଚାଲିଛନ୍ତି । ଜନଧନ ଯୋଜନା, ମୁଦ୍ରା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜଳା ଯୋଜନା ପରି ୧୨୯ଟି ଯୋଜନା ସାଧାରଣ ଲୋକଙ୍କ ପାଇଁ ମୋଦି ସରକାର ଲାଗୁ କରିଛନ୍ତି । ଏଥର ସାଧାରଣ ନିର୍ବାଚନରେ ବିଜେପି ପୁଣି ଥରେ ବିପୁଳ ବିଜୟ ଲାଭ କରି ସରକାର ଗଠନ କରିବ । ‘ପୁଣି ଥରେ ମୋଦି ସରକାର’ ନାରା ଦେଇ ସମଗ୍ର ଦେଶରେ ଦଳ ମୋଦିଙ୍କ ଜନହିତକର ଯୋଜନାକୁୁ ତୃଣମୂଳ ସ୍ତରରେ ପହଂଚାଇ ଚାଲିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ସାରା ଦେଶ ବୁଲି ମୋଦିଙ୍କ ଜନକଲ୍ୟାଣ ଯୋଜନା ପ୍ରଚାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ଶାହା ଆସନ୍ତା ୧୫ ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଶ୍ରୀ ଶାହା ସମ୍ବଲପୁରଠାରେ ବୁଥ୍ ସଭାପତି, ସଂପାଦକ, ପ୍ରଭାରୀ, ସହ-ପ୍ରଭାରୀଙ୍କ ସହ ସାଙ୍ଗଠନିକ ଋଣନୀତି ସଂପର୍କରେ ଆଲୋଚନା କରିବେ । ଏହି ସମାବେଶରେ ଢେଙ୍କାନାଳ, ବରଗଡ, ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କ ସମେତ ପାଖାପାଖି ୬୦ ହଜାର କାର୍ଯ୍ୟକର୍ତାଙ୍କୁ ଶ୍ରୀ ଶାହା ଉଦବୋଧନ ଦେବେ ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି ।
୧୫ରେ ସମ୍ବଲପୁର ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା
ଢେଙ୍କାନାଳ, ବରଗଡ, ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କ ସହ କରିବେ ଆଲୋଚନା
‘ପୁଣି ଥରେ ମୋଦି ସରକାର’ ନାରା ଦେଇ ସମଗ୍ର ଦେଶରେ ମୋଦିଙ୍କ ଜନହିତକର ଯୋଜନାକୁୁ ତୃଣମୂଳ ସ୍ତରରେ ପହଂଚାଉଛନ୍ତି କାର୍ଯ୍ୟକର୍ତା
କୋଟି କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ପରେ ବି ରାଜ୍ୟସରକାର ରାଜ୍ୟର ବିକାଶ କରିପାରିଲେ ନାହିଁ
ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ମୋଦି ସରକାର ଚର୍ତୁଦଶ କମିଶନରେ ବିଭିନ୍ନ ଯୋଜନା ଓ ଭିତିଭୂମି ବିକାଶ ପାଇଁ ସମୁଦାୟ ୨ ଲକ୍ଷ ୧୧ ହଜାର କୋଟି ୫୧୦ କୋଟି ଅନୁଦାନ ଦେଇଛନ୍ତି । କେନ୍ଦ୍ରୀୟ କର ବାବଦରେ ୧ ଲକ୍ଷ ୮୪ ହଜାର କୋଟି, ରାଜ୍ୟ ଜିଜାଷ୍ଟର ମ୍ୟାନେଜମେଂଟରେ ୩ ହଜାର ୯୭ କୋଟି, ଅର୍ବାନ ବଡି ପାଇଁ ୧୦ ହଜାର ୬ଶହ ୩୦ କୋଟି ଅନୁଦାନ ଦେଇଛନ୍ତି । କୋଟି କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ପରେ ବି ରାଜ୍ୟସରକାର ରାଜ୍ୟର ବିକାଶ କରିପାରିଲେ ନାହିଁ ।
ଦୀର୍ଘ ୧୯ ବର୍ଷ ଧରି ଶାସକ ବିଜେଡି ଚିଟଫଣ୍ଡ, ଡାଲି, ଖଣି ଭଳି ଅନେକ ଦୁର୍ନୀତିରେ ସଂପୃକ୍ତି ଥିବାର ପ୍ରମାଣ ମିଳିଛି । ମେଡିକାଲରେ ଡାକ୍ତର ଅଭାବ, ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି, ପାନୀୟ ଜଳ ଅଭାବ, ଜଳସେଚନ ଅଭାବ, ମଣ୍ଡି ଅବ୍ୟବସ୍ଥା ଆଦି ଅନେକ ସମସ୍ୟା ରାଜ୍ୟରେ ଥିବା ସମୟରେ ରାଜ୍ୟସରକାର ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ରାଜ୍ୟରେ ଲକ୍ଷ ଲକ୍ଷ ଯୁବକ ଆଜି ରୋଜଗାର ନପାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି । ନାରୀ ଏଠି ପ୍ରତି ମୁହୂର୍ତରେ ଅପମାନିତ ଏବଂ ଅସମ୍ମାନିତ ହୋଇ ଚାଲିଛି । ଶାସକ ଦଳର ନିର୍ଦ୍ଦେଶରେ ପୋଲିସ କାର୍ଯ୍ୟ କରୁଛି । ରାଜ୍ୟରେ ଏକ ଅଗଣତାନ୍ତ୍ରିକ ସରକାର ଚାଲିଛି ଏବଂ ଆଗାମୀ ଦିନରେ ଓଡିଶାବାସୀ ଏହି ସରକାରକୁ ଉପାଡି ଫିଙ୍ଗିଦେବେ । “ଉଣେଇଶରେ ବିଜେଡିର ଫିନିସ୍ ନିଶ୍ଚିତ” ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ପୁରୀଠାରେ ଶ୍ରୀ ଶାହା ସଙ୍ଗଠନକୁ ସୁଦୃଢ କରିବା ଏବଂ ମିଶନ ୧୨୦+ ଲକ୍ଷ୍ୟ ଦିଗରେ ପହଂଚିବା ପାଇଁ କାର୍ଯ୍ୟ କରିବାକୁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି । ‘ସବକା ସାଥ ସବକା ବିକାଶ’ରେ ଓଡିଶାର ଜନସାଧାରଣ ସାମିଲ ହେବାକୁ ଆଗେଇ ଆସିଲେଣି ବୋଲି ଶ୍ରୀ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳ ନେତା କେ.ଭି.ସିଂହଦେଓ, ବିଧାୟକ ରବି ନାଏକ, ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ନିତେଶ ଗଙ୍ଗଦେବ, ଗୋବିନ୍ଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ୍)
