ନୂଆଦିଲ୍ଲୀ : ଦେଶରେ ଆଗୁଆ ନିର୍ବାଚନ ନେଇ ଜୋର ଧରିଛି ଚର୍ଚ୍ଚା । ରାଜନୈତିକ ଦଳମାନେ ବି ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । କିଏ କାହା ସହ ମେଣ୍ଟ କରିବ ନକରିବ ସେନେଇ ବି ରଣନୀତି ତିଆରି ହେଲାଣି । ହେଲେ ଏସମସ୍ତଙ୍କୁ ଠୁ ପାଦେ ଆଗରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନରେ ମୋଦି ନିଜେ ବିଜେପିର ପ୍ରଚାର ମଙ୍ଗ ଧରିବେ । ସେଥିଲାଗି ମୋଦିଙ୍କ ୨୦୧୯ ନିର୍ବାଚନ ଆଗରୁ ଦେଶର ଭିଭିନ୍ନ ସ୍ଥାନରେ ୫୦ରୁ ଅଧିକ ରାଲି ହେବା ଲାଗି ସିଡ୍ୟୁଲ ଏବେ ଠୁ ତିଆରି ସରିଥିବା କଥା କୁହାଯାଉଛି । ୫୦ଟି ରାଲିରେ କିପରି ଶହେରୁ ଅଧିକ ନିର୍ବାଚନ ମଣ୍ଡଳୀ କଭର କରିହେବ ସେନେଇ ଯୋଜନା ହୋଇଛି ।
ମୋଦିଙ୍କ ପରି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ,ବରିଷ୍ଠ ନେତା ନୀତିନ ଗଡକରୀ, ରାଜନାଥ ସିଂହଙ୍କ ଭଳିନ ନେତାମ ମାନେ ମଧ୍ୟ ୫୦ରୁ ଅଧିକ ରାଲିରେ ଯୋଗଦେବାକୁ ସ୍ଥିର ହୋିଥିବା କୁହାଯାଉଛି । ଏସବୁ ରାଲିକୁ ଏମିତି ପ୍ଲାନ କରାଯାଇଛି ଯେ, ଗୋଟିଏ ରାଲିରେ ୨ରୁ ୩ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟର ଯୋଗଦେଇପାରିବେ ଓ ସେମାନଙ୍କ ଉପରେ ରାଲିର ପ୍ରଭାବ ପଡିବ । କୁହାଯାଉଛି ଲୋକସଭା ପୂର୍ବରୁ ବିଜେପି ସାରାଦେଶରେ ୨ଶହ ରାଲି କରି ପାଖା ପାଖି ୪ଶହ ଲୋକସଭା ସିଟର ଭୋଟରଙ୍କ ପାଖରେ ପହଁଚିବାକୁ ଲକ୍ଷ୍ୟ ରଖିିଛି ବିଜେପି । ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡରେ ଏହି ବର୍ଷ ଶେଷକୁ ଇଲେକସନ ହେବାକୁ ଥିବାରୁ ସେଠାରେ ସ୍ୱତନ୍ତ୍ର ସଭା ଓ ରାଲିରୋ ପ୍ରଧାନମନ୍ତ୍ରୀ ଯୋଗଦେବେ ବୋଲି ଜଣାପଡିଛି ।
