ଗଣତନ୍ତ୍ରର ସୁରକ୍ଷା ପାଇଁ ଫେବୁଆରୀ ୧୦ ତାରିଖରୁ ୧୭ ଜନ ଅଦାଲତ କରିବ ବିଜେପି

୨୧ଟି ଲୋକସଭାରେ ଲୋକଙ୍କ ପାଖକୁ ଯିବାକୁ ନେଲା ସଂକଳ୍ପ

କଟକ : ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ସମ୍ଭେଦନହୀନ କାରଣରୁ ସାରା ଓଡିଶାରେ ଆଜି ଲୋକମାନେ ତ୍ରାହିତ୍ରାହି ଡାକିଲେଣି । ଚାଷୀ, ମହିଳା, ଯୁବକ ସମସ୍ତେ ଆଜି ଅସୁରକ୍ଷିତ ଏବଂ ଅସହାୟ ହୋଇପଡିଛନ୍ତି । ୧୯ ବର୍ଷ ଶାସନ କ୍ଷମତାରେ ରହିଥିବା ଏ ସରକାର ଦୁର୍ନୀତିରେ ଉବୁଟୁବୁ ହେଉଛନ୍ତି । ବିଜେଡି ଦଳର ବିଧାୟକ , ସାଂସଦ ଓ ମନ୍ତ୍ରୀମାନଙ୍କ ନାଁରେ ଦୁର୍ନୀତି ଉପରେ ଦୁର୍ନୀତିରେ ଅଭିଯୋଗ ଆସିଲେ ମଧ୍ୟ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ତାଙ୍କର ସର୍ଦ୍ଦାର ସାଜିଛନ୍ତି । କଳାପାହଡ ରୂପୀ ଅଣଓଡିଆ ଅଫିସର ମାନେ ସ୍ୱର୍ଣ୍ଣ ଗର୍ଭା ଓଡିଶାକୁ ଲୁଣ୍ଠନ କରିବାରେ ଲାଗିଛନ୍ତି । ଶାସକ ଦଳର ସାସଂଦ, ମନ୍ତ୍ରୀ, ବିଧାୟକ ମାନଙ୍କର ଲୋକଙ୍କ ପ୍ରତି ଯାହା ଉତର ଦାୟୀତ୍ୱ ରହିବା କଥା ତାହା ରାଜ୍ୟରେ ଦେଖିବାକୁ ମିଳୁନାହିଁ । ଏପରି ସମ୍ଭେଦନହୀନ, ସ୍ଥାଣୁ, ଅପାରଗ, ଭ୍ରଷ୍ଟ ସରକାରଙ୍କୁ ଜବାବ ମାଗିବା ସହ ଲୋକଙ୍କ ଅଦାଲତରେ ଛିଡା କରିବ ବିଜେପି । ଏଥିପାଇଁ ଆସନ୍ତା ଫେବୁଆରୀ ୧୦ ତାରିଖରୁ ୧୭ ତାରିଖ ଯାଏଁ ରାଜ୍ୟର ସମସ୍ତ ୨୧ଟି ଲୋକସଭାରେ ଦଳ ପକ୍ଷରୁ ଜନ ଅଦାଲତ କରି ବିଜେଡି ସରକାରକୁ ଜବାବ ମଗାଯିବ ବୋଲି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।


 ବିଜେପି ପ୍ରସ୍ତୁତ କରିଥିବା ଚାର୍ଜ ସିଟର ଶାସକ ଦଳର ସାଂସଦ, ମନ୍ତ୍ରୀ , ବିଧାୟକମାନେ ଉତର ରଖିବାକୁ ଆହ୍ୱାନ
 ୧୯ ବର୍ଷ ଧରି ରାଜ୍ୟବାସୀଙ୍କୁ ଧୋକ୍କା ଦେଇଛି ନବୀନ ସରକାର
 ବିଜେଡି ଦଳର ବିଧାୟକ , ସାଂସଦ ଓ ମନ୍ତ୍ରୀମାନଙ୍କ ନାଁରେ ଦୁର୍ନୀତି ଉପରେ ଦୁର୍ନୀତିର ଅଭିଯୋଗ ଆସିଲେ ମଧ୍ୟ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ତାଙ୍କର ସର୍ଦ୍ଦାର ସାଜିଛନ୍ତି
 କଳାପାହଡ ରୂପୀ ଅଣଓଡିଆ ଅଫିସର ମାନେ ସ୍ୱର୍ଣ୍ଣ ଗର୍ଭା ଓଡିଶାକୁ ଲୁଣ୍ଠନ କରିବାରେ ଲାଗିଛନ୍ତି
 ୧୯ ବର୍ଷ ଶାସନରେ ଓଡିଶାରେ କଳାକନା ବୁଲାଇଥିବା ବିଜେଡି ସରକାର ନିର୍ବାଚନର ମାତ୍ର କେଇଦିନ ପୂର୍ବରୁ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି


ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଶାସକ ଦଳର ସାସଂଦ, ମନ୍ତ୍ରୀ, ବିଧାୟକ ମାନଙ୍କର ଲୋକଙ୍କ ପ୍ରତି ଯାହା ଉତର ଦାୟୀତ୍ୱ ରହିବା କଥା ତାହା ରାଜ୍ୟରେ ଦେଖିବାକୁ ମିଳୁନାହିଁ । ୧୯ ବର୍ଷ ଶାସନରେ ଓଡିଶାରେ କଳାକନା ବୁଲାଇଥିବା ବିଜେଡି ସରକାର ନିର୍ବାଚନର ମାତ୍ର କେଇଦିନ ପୂର୍ବରୁ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।
ଏହି ଜନ ଅଦାଳତରେ ଶାସକ ଦଳର ସାଂସଦ, ମନ୍ତ୍ରୀ, ବିଧାୟକ ମାନେ ଉପସ୍ଥିତ ରହି ଲୋକଙ୍କ ପ୍ରଶ୍ନର ଜବାବ ଦେବା ସହ ବିଜେପି ପ୍ରସ୍ତୁତ କରିଥିବା ଚାର୍ଜ ସିଟର ଉତର ଦେବା ପାଇଁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।
ଦେଶକୁ ସ୍ୱାଧୀନତା ଆଣିବାରେ ନେତାଜୀ ସୁବାସ ବୋଷଙ୍କର ଅବଦାନ ଥିଲା ଅତୁଳନୀୟ । ଇଂରେଜ ମାନଙ୍କ ବିରୋଧରେ ସଂଗ୍ରାମ କରି ଗଣତନ୍ତ୍ରର ରକ୍ଷା ପାଇଁ ସେ ପ୍ରୟାସ କରିଥିଲେ । ତାଙ୍କର ଜନ୍ମଜୟନ୍ତୀ ଅବସରେ ଓଡିଶାରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଭାରତୀୟ ଜନତା ପାର୍ଟି ଏହି ଅଭିଯାନ ଆରମ୍ଭ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ବିଜେପି ନେତୃବୃନ୍ଦ ନେତାଜୀଙ୍କ ମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଜଂଳୀ ଦେଇଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, କଟକ ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

(ବିଜେପି ମିଡିଆ ସେଲ୍)

Leave A Reply

Your email address will not be published.