ପ୍ରଚାର ବେଳେ ବିଜେପିର କର୍ମୀଙ୍କୁ ଆକ୍ରମଣ ଅଭିଯୋଗ: ୯ଜଣ ଆହତ

ଭୁବନେଶ୍ବର : ଭୁବନେଶ୍ବରର ନିଳାଦ୍ରି ବିହାର ମଙ୍ଗଳା ବସ୍ତିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ନିର୍ବାଚନ ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟିକ ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ପାଇଁ ପ୍ରଚାର ବେଳେ ବିଜେପି କର୍ମୀଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ଫଳରେ ୯ଜଣ କର୍ମୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଆକ୍ରମଣରେ ଭୁବନେଶ୍ବର ଜିଲା ସାଧାରଣ ସମ୍ପାଦକ ସୁଶାନ୍ତ ସାବତ ଓ ଚନ୍ଦ୍ରଶେଖରପୁର ମଣ୍ଡଳ ସଭାନେତ୍ରୀ ମାନସୀ ମଞ୍ଜରୀ ରାୟ ପାଢୀ ଗୁରୁତର ଥିବା ସୂଚନା ମିଳିଛି। ଏନେଇ ବିଜେପି କର୍ମୀମାନେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.