ମୁମ୍ବାଇ : ଓଲିଉଡ, ହଲିଉଡ ହେଉ ବା ବଲିଉଡ ସବୁଠି କାଷ୍ଟିଙ୍ଗ କାଉଚର ଅଭିଯୋଗ ରହିଛି । ଭଲ
ସିନେମାଟେ ପାଇ ନିଜ କ୍ୟାରିୟକ କରିବାକୁ ଆସିଥିବା ହିରୋଇନ ମାନଙ୍କୁ ଅନେକ ସମୟରେ କମ୍ପରମାଇଜ କରିବାକୁ ପଡିଥାଏ । ଏମିତିକି ସେମାନଙ୍କୁ ଅନ୍ୟ ମାନଙ୍କ ସହ ରାତି ବିତାଇବାକୁ ହୁଏ । ଏଭଳି ଅଭିଯୋଗ ଅନେକ ଥର ଆସିଛଇ । ଏହାକୁ ନେଇ ଚର୍ଚ୍ଚାରେ ଆସନ୍ତି ଅନେକ ବଲିଉଡ କଳାକାର । ସେହିଭଳି ଆଉ ଏକ କାଷ୍ଟିଙ୍ଗ କାଉଚ୍ ଘଟଣା ଏବେ ବଲିଉଡରେ ଚର୍ଚ୍ଚାରେ ରହିଛି । କାଷ୍ଟିଙ୍ଗ କାଉଚର ଶୀକାର ହୋିଥିବା ଅନେକ ଅଭିନେତ୍ରୀ ପରେ ନିଜେ ଏହାକୁ ସ୍ୱିକାର କରିଛନ୍ତି । ଏହି ଭଳି ଅଭିଯୋଗ ଆଣି କାଷ୍ଟିଙ୍ଗ କାଉଚ ଅବିଯୋଗ ତାଲିକାରେ ଯୋଡି ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ ।
ବଲିଉଡର ଏଙି ଅଭିନେତ୍ରୀ ଜଣଙ୍କ ହେଲେ ଆଦିତି ରାଓ ହାଇଦରୀ । ଭୂମି ଫିଲ୍ମୀରେ ସେ ବେଶ ଜଣାଶୁଣା । ବଲିଉଡରେ କ୍ୟାରିୟର କରିବାକୁ ଆସିଥିବା ଆଦିତି କହିଛନ୍ତି ଏଠି ତାଙ୍କ କେହି ଗଡଫାଦର ନଥିବାରୁ ସେ କାଷ୍ଟିଙ୍ଗ କାଉଚର ଶୀକାର ହୋିଛନ୍ତି । ବଲିଉଡରେ କାମ ଦେବା ଲାଗି କିଛି ଲୋକ ତାଙ୍କୁ ସେମାନଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ଖୁଲାସା କରିଛନ୍ତି ଆଦିତି । ଏହି ସର୍ତରେ ରାଜି ନହେବାରୁ ତାଙ୍କୁ କିଛି ଦିନ ଯାଏ କାମ ମିଳିନଥିବା ସେ ଗଣମାଧ୍ୟମରେ କହିଛନ୍ତି । ଏଥିପାଇଁ ଭଲ ଅଫର ମଧ୍ୟ ତାଙ୍କ ହାତରୁ ଖସିଯାଇଥିଲା । ହେଲେ ପରେ ଧିରେ ଧିରେ ସବୁ ସ୍ୱଭାବିକ ହୋଇଥିଲା ଆଉ ତାଙ୍କୁ ଅପର ମିଳିବା ଆରମ୍ଭ ହେଲା । ହେଲେ ବିଲଣ୍ୱରେ କାମ ପାଇଥିଲେ ବି ସେ ନିଜ ନିଷ୍ପତି ଲାଗି ଖୁସି ଥିବା କହିଛନ୍ତି । ସେପଟେ ଆଦିତିଙ୍କ ଏପରି ଖୁଲାସା ବଲିଉଡରେ ନବାଗତା ଅଭିନେତ୍ରୀଙ୍କୁ କାମ ବଦଳରେ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରାଯାଏ ଭଳି ଆରୋପକୁ ଆଉ ପାଦେ ଆଗକୁ ନେଇଛି ଓ କାଷ୍ଟିଙ୍ଗ କାଉଚ ଚର୍ଚ୍ଚାକୁ ଆଗକୁ ବଢାଇଛି ।
