ମୁମ୍ବାଇ : ଧଡକ ଫିଲ୍ମୀରେ ବଲିଉଡରେ ଡେବ୍ୟୁ କରିଥିବା ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁରଙ୍କ ବେଳ ଏବେ ବେଶ ଭଳ ଚାଲିଛି । ତାଙ୍କ ସିନେମା ଧଡକ ବକ୍ସ ଅଫିସରେ ରାଜ କରୁଥିବାବେଲେ ଆଉ ଏକ ବଡ ଅଫର ତାଙ୍କୁ ମିଳିଛି । ଫିଲ୍ମ ସାଇନ୍ କରିଛନ୍ତି ଜାହ୍ନବୀ। ଏହା ହେଉଛି ଫିଲ୍ମ ନିର୍ମାତା କରଣ ଜୋହର୍ଙ୍କର ଆଗାମୀ ଫିଲ୍ମ ‘ତଖ୍ତ’। ଏଥିରେ ଅନିଲ୍ କପୁର, ରଣଭୀର ସିଂହ, କରୀନା କପୁର ଖାନ୍, ଆଲିଆ ଭଟ୍ଟଙ୍କ ଭଳି ବଲିଉଡ୍ର ଅନେକ ବଡ଼ ବଡ଼ କଳାକାର ନଜର ଆସିବେ ପ୍ରଥମ ଥର ପାଇଁ ଜାହ୍ନବୀ ଏମାନଙ୍କ ସହ ସ୍କ୍ରିନ୍ ସେୟାର କରିବେ। ଫିଲ୍ମରେ ଜାହ୍ନବୀ କପୁର, ଭୂମି ପେଡେନ୍କର ଓ ଭିକ୍କି କୌଶଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏ ସମ୍ପର୍କରେ କରଣ ନିଜେ ଟ୍ୱିଟ୍ କରି ଜଣାଇଥିଲେ। ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ୍’ ପରି ଫିଲ୍ମରେ କାମ କରିସାରିଥିବା ରଣଭୀର ସିଂହ କହିଛନ୍ତି ଯେ, ସେ କରଣଙ୍କର ମଲ୍ଟିଷ୍ଟାରର୍ ଐତିହାସିକ ଫିଲ୍ମର ଅଂଶ ହୋଇ ଗର୍ବ ଓ ସମ୍ମାନୀତ ଅନୁଭବ କରୁଛନ୍ତି। ୨୦୧୨ ମସିହାରେ କରଣଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍’ରୁ ଡେବ୍ୟୁ କରିଥିବା ଆଲିଆ ଭଟ୍ଟ ମଧ୍ୟ ଏହି ଫିଲ୍ମକୁ ନେଇ ବେଶ୍ ଖୁସି ଅଛନ୍ତି। ତେବେ ଜାହ୍ନବୀଙ୍କ କ୍ୟାରିୟର୍ରେ ଏହି ପ୍ରୋଜେକ୍ଟ ଆଉଏକ ପାହାଚ ଯୋଡ଼ି ଦେଇଛି। ଫିଲ୍ମଟି ୨୦୨୦ରେ ପରଦାକୁ ଆସିବ।
