ଚଉଠି ରାତିରେ ସ୍ୱାମୀ ନପୁସଂକ ବୋଲି ଜାଣିଲେ ନବବିଭାହିତା,ଦେଢଶୁର ସହ ସଂପର୍କ ରଖିବାକୁ ଶାଶୁ ଦେଲେ ନିର୍ଦେଶ,ଯା ବି ଦେଲେ ଅନୁମତି,ତେବେ କଣ କଲେ ନବବଧୁ ?
ହରିୟାଣା: ବିଭାହ କରି ଘର ସଂସାର କରିବାକୁ ସବୁ ଝିଅଙ୍କ ଇଛାଥାଏ । ହେଲେ ଯେତେବେଳେ ଚଉଠି ରାତିରେସ୍ତ୍ରୀ ଜଣିପାରେ ଯେ ସ୍ୱାମୀ ନପୁସଂକ ସେତେବେଳେ କଣ ବିତିଥିବ ନବ ବିଭାହିତାଙ୍କ ଉପରେ । ହେଲେ କଥା ଏତିକିରେ ସରିନି । ସବୁଠୁ ଲଜ୍ଜା ଜନକ ଘଟଣା ହେଉଛି ସ୍ୱାମୀ ନପୁସଂକ ଜାଣି ନୂଆ ବୋହୁ ଜଣଙ୍କ ପ୍ରତିବାଦ କଲାପରେ ଦେଢଶୂର ସହ ସଂପର୍କ ରଖିବାକୁ କହୁଛନ୍ତି ସ୍ୱାମୀର ପରିବାର ଲୋକେ । ଆଉ କେହି ନୁହେଁ ଖୋଦ ଶାଶୁ ଏପରି ପ୍ରସ୍ତାବ ଦେୁଛନ୍ତି । ଆଉ ନିଜ ବଡ ଯା ( ଦେଢଶୂରଙ୍କ ପତ୍ନୀ)ବି ଏଥିରେ କୈଣସି ଆପତି ଉଠାଉ ନାହାନ୍ତି । ଏମିତି କି ଶାଶୁଙ୍କ କଥାରେ ରାଜି ହୋଇ ନିଜ ଭାଇ ବୋହୁ ସହ ସଂପର୍କ ରଖିବାକୁ ନିଜ ପତିଙ୍କୁ ଯା ଅନୁମତି ଦେବା ଭଳି ଘଟଣା ଏବେ ହରିୟାଣାରେ ଚର୍ଚ୍ଚାର ବିଷୟ ହୋଇଛି । ନିଜ ସ୍ତ୍ରୀ ଓ ମାଙ୍କ ଠୁ ଅନୁମତି ପାଇବା ପରେ ଦେଢଶୂର ଭାଇ ବୋହୁଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଉଦ୍ୟମ କଲାବେଳେ ଏହାକୁ ବିରୋଧ କରିଛନ୍ତି ନବ ବିଭାହିତା ବୋହୁ । ଏହାକୁ ବିରୋଧ କରି ନୂଆ ବୋହୁ ଜଣଙ୍କ ମହିଳା ଥାନାର ଦ୍ୱାରସ୍ତ ହୋଇଛନ୍ତି,ଏହି ଖବର ଏବେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ଖବର ଅନୁସାରେ ଜାନୁଆରି ମାସରେ ୨୪ବର୍ଷିୟା ମହିଳାଙ୍କ ବିବାହ ଚଣ୍ଡିଗଡ଼ର ଏକ ସହରରେ ହୋଇଥିଲା । ଚଉଠି ରାତି ଦିନ ପୀଡ଼ିତାଙ୍କ ସ୍ୱାମୀ ସେ ନପୁସଂକ ବୋଲି କହିବା ସହ ତାଙ୍କ ଚିକିତ୍ସା ଚାଲୁଥିବା ଜଣାଇଥିଲେ । ଏ ବିଷୟରେ ପୀଡ଼ିତା ଶାଶୁଘର ଲୋକଙ୍କୁ ଜଣାଇବା ପରେ ପୀଡ଼ିତାଙ୍କ ଶାଶୁ ଦେଢ଼ଶୁର ସହ ଶାରୀରିକ ସଂପର୍କ ରଖିବା ପାଇଁ କହିଥିଲେ । ଏହାକୁ ବିରୋଧ କରି ନୂଆ ବୋହୁ ଜଣଙ୍କ ମହିଳା ଥାନାର ଦ୍ୱାରସ୍ତ ହୋଇଛନ୍ତି,ଏବେ ପୁଲିସ ତଦନ୍ତ ଆରମ୍ଭ କରିଛି ।
