ବିଧାନସଭାରେ ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ

ଭୁବନେଶ୍ବର : ପ୍ରବଳ ହୋହଲ୍ଲା ଓ ନାରାବାଜି ଭିତରେ ବିଧାନସଭାରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ମୋଟ ୧୨ ହଜାର ୭୯୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏଥିରେ ପ୍ରଶାସନିକ ବ୍ୟୟ ପାଇଁ ୧୮ଶହ କୋଟି, କାର୍ଯ୍ୟକ୍ରମ ବ୍ୟୟ ୯ ହଜାର ୬ ଶହ ୧୧ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧ ହଜାର ୩ ଶହ ୬୪ କୋଟି ଏବଂ ରାଜ୍ୟ ବଜେଟରୁ ସ୍ଥାନାନ୍ତର ନେଇ ୧୫ କୋଟି ଟଙ୍କା ଅନୁମୋଦନ ପାଇଁ ବିଧାନସଭାରେ ଉପସ୍ଥାପନ କରାଯାଇଛି । ସେଥି ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୧ ହଜାର ୩୬୪ କୋଟି ଟଙ୍କା, ଗ୍ରାମାଞ୍ଚଳ ଭିତ୍ତିଭୂମି ପାଇଁ ୬ ହଜାର ୯୭ କୋଟି ଟଙ୍କା, ସହରାଞ୍ଚଳ ଭିତ୍ତିଭୂମି ୫୮୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ସେହିଭଳି  ସାମାଜିକ କ୍ଷେତ୍ର ପାଇଁ ୧୩୫୦ କୋଟି ଟଙ୍କା, ଶିକ୍ଷା ସହାୟକଙ୍କୁ ନିୟମିତ କରିବାକୁ ୭୫୦ କୋଟି ଟଙ୍କା, ଆମ ଘରେ ଏଲ୍ଇଡି ଯୋଜନା ପାଇଁ ୧୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୭୬ ହଜାର ୪୨୮ କୋଟି ଋଣ କରିଛନ୍ତି ।  ସେହିପରି ଜିଏସଟି ବାବଦରେ କେନ୍ଦ୍ର ସରକାରଙ୍କଠାରୁ ୨୦୧୭-୧୮ ବର୍ଷରେ ୨୨ଶହ ୬୪ କୋଟି ଟଙ୍କା ପାଇଛନ୍ତି । ରାଜସ୍ବ ବାବଦରେ ୧୩ ହଜାର ୪୮ କୋଟି ଟଙ୍କା ଆଦାୟ ହୋଇଥିବା ଅର୍ଥମନ୍ତ୍ରୀ ପ୍ରେସମିଟରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.