ବଜେଟ୍ ୨୦୨୦: ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚଳିତ କେନ୍ଦ୍ରୀୟ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟର ଅନେକ ନିଷ୍ପତିକୁ ସ୍ବାଗତ କରିବା ସହ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ବଜେଟରେ ସାମିଲ ପାଇଥିବା କୃଷି ଋଣ ଓ କୃଷି ଉଡ଼ାନ ଯୋଜନାକୁ ସ୍ବାଗତ କରିଛନ୍ତି । ବ୍ୟାଙ୍କ ଜମା ଉପରେ ବୃଦ୍ଧି ହୋଇଥିବା ବୀମା ରାଶିକୁ ମଧ୍ୟ ସ୍ବାଗତ କରିଛନ୍ତି । ଟିକସ କ୍ଷେତ୍ରରେ ହୋଇଥିବା ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ସହ କେନ୍ଦ୍ର ସରକାରଙ୍କ ଶିକ୍ଷା ନୀତିକୁ ସ୍ବାଗତ କରିଛନ୍ତି ରାଜ୍ୟ ସରକାର।

ହେଲେ ଓଡ଼ିଶା ଯେତିକି ପରିମାଣର ଅର୍ଥ ଆଶା କରୁଥିଲା ତାହା ମିଳିପାରି ନାହିଁ । ଯାହା ନଗଣ୍ୟ ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ପାନୀୟ ଜଳ ଯୋଗାଣ ପାଇଁ ଓଡ଼ିଶା ୩୬,୦୦୦ କୋଟି ଖର୍ଚ୍ଚ କରୁଥିବାବେଳେ ସେତିକି ପରିମାଣର ଅନୁଦାନ ରାଜ୍ୟ ପାଇପାରି ନଥିବା କହିଛନ୍ତି ସେ।

ସେହିପରି ଆଇକନିକ ପର‌୍ୟ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ବଜେଟରେ ସ୍ଥାନ ଦିଆଯାଇନାହିଁ। ଓଡ଼ିଶାରେ ଟ୍ରାଇବାଲ ମ୍ୟୁଜିୟମ ହେବା ନେଇ ଆଶା କରାଯାଉଥିଲା କିନ୍ତୁ ତାହା ସ୍ଥାନ ପାଇନଥିବାରୁ ଏହା ନିରାଶ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ବଜେଟରେ ବିଶେଷ କରି କୌଣସି ଯୋଜନାରେ ଅନୁଦାନ ବଢି ନଥିବା କହି ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.