ଭୁବନେଶ୍ୱର: ଆଜି ହେଉଛି ସବୁଠୁ ଦୀର୍ଘତମ ବିରଳ ଚନ୍ଦ୍ର ଗ୍ରହଣ । ଜୋତିଷ ଶାସ୍ତ୍ରରେ ଏହାକୁ କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ କୁହାଯାଉଛି । ଆଷାଢ ପୂଣ୍ଣିମା ତିଥିରେ ଏହି ଚନ୍ଦ୍ର ଗ୍ରହଣ ଲାଗୁଛି । ରାତି ୧୧ଟା ୫୩ ମିନିଟ ୪୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ । ରାତି ୩ଟା ୪୯ମିନିଟ ୩ ସେକେଣ୍ଡରେ ହେବ ସର୍ବମୋକ୍ଷ । ଏଥିପାଇଁ ଦିନ ୨ଟା ୪୫ରୁ ପାକ ନିଷେଧ କରାଯାଇଛି । ଏହା ସହ ୨ଟା ୪୫ ପରେ ଦେବନୀତି କରିବାକୁ ବାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନୀତିକାନ୍ତିର ସ୍ୱତନ୍ତ୍ର ସମୟ ନିର୍ଘଣ୍ଟ ହୋଇଛି ।
