ନୂଆଦିଲ୍ଲୀ : ଟଙ୍କା ଓ ମଜା ଉଭୟ ଲୁଟିବା ଲାଗି ଭିନ୍ନ ଉପ୍ୟା ପାଞ୍ଚିଥିଲେ ଭାଇ ଓ ଭଉଣୀ । ମିଛ କହି ଧନୀ ମହିଳାଙ୍କୁ ଭାଇକୁ ବିବାହ କରାଇ ଅର୍ଥ ଲୁଟୁଥିଲେ ଭଉଣୀ । ଭଉଣୀଙ୍କ ଟାର୍ଗେଟରେ ରହୁଥିଲେ ମହିଲା ବ୍ୟାଙ୍କ ମ୍ୟାନେଜର ଆଉ ନର୍ସଙ୍କ ଭଳି ଧନୀ ମହିଳା । ଏକାଧିକ ବିଭାହ କରି ମହିଳାଙ୍କୁ ଠକି ସେମାନଙ୍କର ସର୍ବସ୍ୱ ଲୁଟି ଫେରାର ହେଉଥିଲେ ଭାଇ ଭଉଣୀ । ଏଥି ଲାଗି ରାଜ୍ୟରୁ ରାଜ୍ୟକୁ ଘୁରି ବୁଲୁଥିଲେ । ଏମିକି ବର୍ଷକ ଭିତରେ ତିନି ତିନୋଟି ବିବାହ ବି କରିଥିଲେ ଭାଇ । ହେଲେ ଚୋର ଘର ସବୁ ଦିନ ଅନ୍ଦାର ନଥିବା ନ୍ୟାୟରେ ଭାଇକୁ ଧରାପକାଇଲେ ତୃତୀୟ ପତ୍ନୀ । ତାହା ପୁଣି ୭ ବର୍ଷ ପରେ । ଏମିତି ଘଟଣା ଘଟିଛି ନୋଏଡାରେ । ପୋସଲିସ ଅବିଯୁକ୍ତ ତରୁଣ ଶର୍ମା ଓ ଭଉଣୀ ଦୁର୍ଗାଂଶୁ ଶର୍ମାଙ୍କୁ ଗିରଫ କରିଛି ।
ଅଭିଯୁକ୍ତ ତରୁଣ ଶର୍ମା ମେରଠ,ନୋଏଡ଼ା,ଚଣ୍ଡିଗଡ଼,ଭୋପାଲ ଏବଂ ଇନ୍ଦୋରରେ ଅନେକ ମହିଳାଙ୍କୁ ବିବାହ କରି କୋଟି କୋଟି ଟଙ୍କା ଠକି ନେଇଥିଲେ । ଏହା ସହ ତରୁଣ ଅଧିକ ଟଙ୍କା ରୋଜଗାର ଆଶାରେ ଗୋଟିଏ ବର୍ଷରେ ୩ଥର ବିବାହ କରିଥିବା ମଧ୍ୟ ଜଣାପଡ଼ିଛି । ପ୍ରଥମେ ଅପ୍ରେଲ ୨୦୧୭ରେ ତରୁଣ ଜଣେ ନର୍ସଙ୍କୁ ବିବାହ କରିଥିବା ବେଳେ ୪ମାସ ପରେ ୪୦ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ଏହା ପରେ ୨୦୧୮ରେ ଭୋପାଲର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ନିଜ ଜାଲରେ ଫସାଇ ବିବାହ କରିଥିଲେ ତରୁଣ ।
ତାଙ୍କ ଠାରୁ ୮-୧୦ଲକ୍ଷ ଟଙ୍କା ନେଇ ମେ ୨୦୧୮ରେ ତରୁଣ ନିଜ ଭଉଣୀ ସହ ଫେରାର ହୋଇ ଯାଇଥିଲେ । ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସେମାନଙ୍କ ପତ୍ତା ଲଗାଇ ପାରୁ ନଥିଲା ପୁଲିସ । ଶେଷରେ ଶୁକ୍ରବାର ତୃତୀୟ ସ୍ତ୍ରୀଙ୍କଠାରୁ କୋଟିଏ ଟଙ୍କା ନେଇ ଫେରାର ହେବାକୁ ବସିଥିବା ବେଳେ ନୋଏଡ଼ାର ସେକ୍ଟର-୭୧ରେ ପହଞ୍ଚିବା ପରେ ପୁଲିସ ଦୁଇ ଭାଇ-ଭଉଣୀଙ୍କୁ ଗିରଫ କରିଥିଲା । ଏହି ଠକେଇ ତରୁଣ ଏବଂ ତାଙ୍କୁ ଭଉଣୀ ୭ବର୍ଷ ହେଲା କରି ଆସୁଥିଲେ । ଅନେକ ମହିଳାଙ୍କୁ ଠକି ବିବାହ କରିବା ସହ ତାଙ୍କଠାରୁ ଟଙ୍କା ଆଣି ଅନ୍ଲାଇନ୍ ସପିଂ ସାଇଟ୍ ଏବଂ ନ୍ୟୁଜ୍ ପୋର୍ଟାଲ ମଧ୍ୟ ଖୋଲିଥିଲେ ତରୁଣ । ଏତେ ସବୁ କରି ପୁଲିସ ୭ ବର୍ଷର ଉଦ୍ୟମ ପରେ ଶୁକ୍ରବାର ଗିରଫ କରିବାରେ ସଫଳ ହୋଇ ପାରିଛି ।
