ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ

ଭୁବନେଶ୍ୱର : କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଅପ୍ରେଲରୁ ବ୍ୟବହାର କରିଆସୁଥିଲେ ।

ଏହାର ଭଡ଼ା ବାବଦ ଦେୟ ଦୁଇ କୋଟି ୧୬ ହଜାର ଟଙ୍କା ଥିବା ବେଳେ , ମହାମାରୀର ଏ ବିପଦ ସମୟରେ ମାନଵିକତା ତଥା ମୁମ୍ବାଇର ଜନସାଧାରଣଙ୍କ ପ୍ରତି ସଦିଚ୍ଛାପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ପୂର୍ବକ ଓଡ଼ିଶା ଭବନ ଭଡା ଦେୟକୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ ଗୁରୁତର କୋଭିଡ଼ ରୋଗୀଙ୍କ ଚିକିତ୍ସା ନିମନ୍ତେ ଓଡ଼ିଶା ମହାରାଷ୍ଟ୍ର କୁ ଜରୁରୀ ଭିତ୍ତି ରେ ଗତ ପନ୍ଦର ଦିନ ହେଲା ଅକ୍ସିଜେନ ମଧ୍ୟ ଯୋଗାଉଛି ।

cm has waived the rent of the odisha bhawan to navimumbai metropolitan corporation

Leave A Reply

Your email address will not be published.