କଟକବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ବକ୍ସଡ୍ରେନ୍‌ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ସହରବାସୀଙ୍କ ଉଦ୍ଦେଶ୍ୟରେ ବକ୍ସଡ୍ରେନ୍‌ ଲୋକାର୍ପଣ କରିଛନ୍ତି । ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ପ୍ରାୟ ୩ କି.ମି.ର ବକ୍ସଡ୍ରେନ୍ ।

ବର୍ଷାଜଳରେ ଉବୁଟୁବୁ କଟକ ସହରକୁ ଏଥିରୁ ରକ୍ଷା କରିବା ପାଇଁ ମୁଖ୍ୟ ଡ୍ରେନ୍‌ ସହ ଏହି ବକ୍ସଡ୍ରେନ୍‌ ନିର୍ମାଣ ହୋଇଛି । ୧୧ କି.ମି. ବ୍ୟାପି ଏହି ଡ୍ରେନ୍‌ରୁ କେବଳ ବକ୍ସ ଡ୍ରେନ୍‌ ହେଉଛି ପ୍ରାୟ ୩ କି.ମି. । ଏହି ଡ୍ରେନ୍‌ ନିର୍ମାଣ କାର୍ଯ୍ୟର ଭିତ୍ତିଭୂମି ପ୍ରଥମେ ୨୦୧୩ ରେ ପଡ଼ିଥିଲା । କିନ୍ତୁ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ଠିକା ସଂସ୍ଥାର ଚୁକ୍ତିକୁ ବାତିଲ କରି ଦିଆଯାଇଥିଲା । ପରେ ଏଥିପାଇଁ ଆଉ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ଡ୍ରେନ୍‌ କାର୍ଯ୍ୟ ଚାଲିଥିଲେ ମଧ୍ୟ ବକ୍ସଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଜାଇକା ପରେ ଦାୟିତ୍ୱ ନେଇଥିବା ୱାଟ୍‌କୋ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଥିଲା ।

କାରଣ ପଟ୍ଟାପୋଲଠାରୁ ଆରମ୍ଭ ହୋଇଥିବା ବକ୍ସଡ୍ରେନ୍‌ କାର୍ଯ୍ୟ ଛତ୍ରବଜାର ପର୍ଯ୍ୟନ୍ତ ଆସିଲା ବେଳେ ଅନେକ ଘର ଏହି ଡ୍ରେନ୍‌ ପାର୍ଶ୍ୱରେ ପଡ଼ିଥିଲା । ଡ୍ରେନ୍‌ ପାଇଁ ଖୋଳାବେଳେ ଅନେକ ଘର ପ୍ରତି ଏହା ବିପଦ ସୃଷ୍ଟି କରିଥିଲା । ଖୋଳାଯାଉଥିବା ମେସିନ୍‌ର କମ୍ପନରେ କେତେକ ଘରର କାନ୍ଥ ଭାଙ୍ଗି ଯାଇଥିଲା ବେଳେ ଘରେ ବିରାଟ ବିରାଟ ଫାଟ ସୃଷ୍ଟି ହୋଇଥିଲା । ତେଣୁ ଘରକୁ ବିପଦରେ ନ ପକାଇ ଯେପରି ଡ୍ରେନ୍‌ ଖୋଳିହେବ ସେଥିପାଇଁ ଜାପାନରୁ ଏକ ସ୍ୱତନ୍ତ୍ର ମେସିନ୍‌ ଅଣାଯାଇଥିଲା । ୨୦୨୩ ମାର୍ଚ୍ଚରୁ ୨୫୯୦ ମିଟରଦୀର୍ଘ ବକ୍ସଡ୍ରେନ୍‌ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ବୋଲି ଏହାର ଦାୟିତ୍ୱରେ ଥିବା ୱାଟ୍‌କୋ ଡ୍ରେନେଜ୍‌ ଡିଭିଜନ୍‌ ମ୍ୟାନେଜର୍‌ ବିଜୟ କୁମାର ପଣ୍ଡା ସୂଚନା ଦେଇଥିଲେ ।

Leave A Reply

Your email address will not be published.