ସ୍ୱତନ୍ତ୍ର ଜନଜାତି ଷ୍ଟୋର ‘ଆଦିଶା’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ଆଦିବାସୀ ଉନ୍ନୟନ ସମବାୟ ନିଗର ଲିମିଟେଡ, ଓଡିଶା ସରକାରଙ୍କର ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧିନସ୍ଥ ଏକ ଶୀର୍ଷ ସମବାୟ ସଂସ୍ଥା ଅଟେ । ଯାହାକଚ ୧୯୬୬ ମସିହାରୁୁ ଜନଜାତି ସମୁଦାୟଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରିବଟା ଦିଗରେ ତଥା ପ୍ରାଥମିକ ପ୍ରସ୍ତୁତକର୍ତା/ସଂଗ୍ରହକାରୀମାନଙ୍କୁ ଉଚିତ୍ ମୂଲ୍ୟ ପ୍ରାପ୍ତ କରିବାରେ ସହାୟକ ହୋଇ ଆସୁଅଛି ।

ଆଦିବାସୀମାନଙ୍କର ବିଭିନ୍ନ ସାମଗ୍ରୀ ଯଥା ଲଘୁ ବନଜାତ ଦ୍ରବ୍ୟ, ବଳକା କୃଷି ଉତ୍ପାଦିତ ଦ୍ରବ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ, ହସ୍ତକଳା, ଅଳଙ୍କାର, ମସଲା, ଚିତ୍ରକଳା, ଖାଦ୍ୟ ସାମଗ୍ରୀ ଯେପରି କି ମାଣ୍ଡିଆ, ବିସ୍କୁଟ, ପିଠା, ପାଉଁରୁଟି ଆଦିର ବ୍ୟାପକ ବଜାର ସୃଷ୍ଟି ନିମନ୍ତେ ଟିଡିସିସିଓଏଲ ତରଫରୁ ୧୧ ଗୋଟି ସ୍ୱତନ୍ତ୍ର ଷ୍ଟୋର ଓଡ଼ିଶାର ୬ଟି ଜିଲ୍ଲାରେ ଖୋଲାଯାଇଛି । ଉକ୍ତ ଷ୍ଟୋର ମାନଙ୍କରୁ ଆଦିବାସୀମାନଙ୍କର ପ୍ରସ୍ତୁତ ମନଲୋଭା ସାମଗ୍ରୀ କିଣିବାରେ ଗ୍ରାହକମାନେ ଏକ ଭିନ୍ନ ଅନୁଭୂତିର ଅନୁଭବ ପାଇପାରିବେ ।

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର କରକମଳରେ ଟିଡିସିସିଓଏଲ, ଭୁବନେଶ୍ୱର ମୁଖ୍ୟାଳୟ ପ୍ରାଙ୍ଗଣରେ ଏକ ସମ୍ପୂର୍ଣ୍ଣ ନବୀକୃତ ଜନଜାତି ଷ୍ଟୋର ଉଦଘାଟିତ ହୋଇଛି । ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ମାନ୍ୟବର ବିଭାଗୀୟ ମନ୍ତ୍ରୀ, ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ, ଭୁବନେଶ୍ୱର(ମଧ୍ୟ) ଶ୍ରୀମତୀ ରଂଜନା ଚୋପ୍ରା, ଭା.ପ୍ର.ସେ., ମାନନୀୟା ବିଭାଗୀୟ ପ୍ରମୁଖ ସଚିବ, ଶ୍ରୀଯୁକ୍ତ ସଚିନ୍ ଆର,ଯାଦବ, ଭା.ପ୍ର.ସେ,. ମାନ୍ୟବର ବିଭଗୀୟ ନିର୍ଦ୍ଦେଶକ(ଜନଜାତି)ଙ୍କ ସଦୟ ଉପସ୍ଥିତିରେ ଏହି ଷ୍ଟୋର ଉଦଘାଟିତ ହୋଇଛି । ଏହି ଅନନ୍ୟ ଷ୍ଟୋରର ଯୋଜନା ତଥା ପରିକଳ୍ପନା ସୁଶ୍ରୀ ମାନସୀ ନିମ୍ଭାଲ, ଭା.ପ୍ର.ସେ., ପରିଚାଳନା ନିର୍ଦ୍ଦେଶିକା, ଟିଡିସିସିଓଏଲ, ଓଡିଶାଙ୍କ ଉଦ୍ୟମରେ ସମ୍ଭବପର ହୋଇପାରିଛି ।

Leave A Reply

Your email address will not be published.