ଭୁବନେଶ୍ବର : କଂଗ୍ରେସରୁ ଇସ୍ତଫା ଦେଲେ ନବ ଦାସ । ପିସିସି କାର୍ଯ୍ୟକାରୀ ସଭାପତି ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡା ବିଧାୟକ ନବ ଦାସ । ଆଜି ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତିଙ୍କୁ ପଠାଇଛନ୍ତି । କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର । ଝାରସୁଗୁଡାର ବିକାଶ ପାଇଁ ସ୍ଥାନୀୟ ଲୋକ ଓ ଭୋଟରଙ୍କ ଚାପରୁ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେ୍ଡିରେ ମିଶିବେ ବୋଲି ନବ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି । ଇସ୍ତଫା ଦେବା ପରେ ବହିଷ୍କାର। ନବଦାସ କଂଗ୍ରେସରୁ ଇସ୍ତଫା ଦେବାର ମାତ୍ର କେଇ ମିନିଟ ଭିତରେ ଦଳ ତାଙ୍କୁ ବହିଷ୍କାର କରିଛି। । ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମରେ ସାମିଲ ହେବେନି ବୋଲି ନବ ଦାସ କହିଥିଲେ । ତେଣୁ ତାଙ୍କୁ ଦଳରୁ ବହିଷ୍କାର କରିବା ଯୋଜନା ହୋଇସାରିଥିଲା। ଆଜି କଂଗ୍ରେସର ଶୃଙ୍ଖଳା କମିଟି ବୈଠକ ବସିଥାନ୍ତା । ହେଲେ ତା ଆଗରୁ ନବ ଦାସ ଇସ୍ତଫା ଦେଇଦେଲେ । ନବଙ୍କ ଇସ୍ତଫା ଖବର ଶୁଣି ଏଆଇସିସି ଅନୁମତି କ୍ରମେ ପିସିସି ସଭାପତି ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ବ୍ୟାବସାୟିକ ସ୍ବାର୍ଥ ପାଇଁ ଏହି ନେତାମାନେ ଦଳ ଛାଡିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ପିସିସି ସଭାପତି । ୨୪ରେ ବିଜେଡିରେ ଯୋଗ ଦେଇପାରନ୍ତି ନବ । ପୂର୍ବରୁ ସେ କଂଗ୍ରେସ ଛାଡ଼ିବା ନେଇ ଇସାରା ଦେଇଥିଲେ ।
