ରାଜ୍ୟର ପ୍ରଥମ: ବିଧାୟକଙ୍କଠାରେ କରୋନା ପଜିଟିଭ ଚିହ୍ନଟ

ବାଲେଶ୍ୱର: ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ପଜିଟିଭ ଆସିଥିବା ନେଇ ଏନେଇ ସଂପୃକ୍ତ ବିଧାୟକ ସୂଚନା ଦେଇଛନ୍ତି।

ବାଲେଶ୍ୱରରେ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ୪୧୨ରେ  ପହଞ୍ଚିଥିବା ବେଳେ ୩୨୪ ଜଣ ସୁସ୍ଥ ହୋଇ ସାରିଲେଣି। ୮୬ ଜଣ  ଚିକିତ୍ସାଧୀନ ଅଛନ୍ତି।

ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯୫୨୬ରେ ପହଞ୍ଚିଥିବା ବେଳେ ୬୨୨୪ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୩୨୫୪ ଆକ୍ଟିଭ କେସ୍‌ ରହିଛି। ଏଯାବତ କରୋନା ଯୋଗୁ ରାଜ୍ୟରେ ୩୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

Leave A Reply

Your email address will not be published.