ଉହାନ୍: ଚୀନରେ କୋରୋନା ଭାଇରସ୍ ଦିନକ ଦିନ ବଢ଼ିବାରେ ଲାଗିଛି । ଏହି ଭାଇରସରେ ବର୍ତମାନ ସୁଦ୍ଧା ୮୦ଜଣ ପ୍ରାଣ ହରାଇଥିବାବେଳେ ୨୭୦୦ ରୁ ଅଧିକ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ହୁବେଇରେ ୨୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେଠାରେ ୭୬୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୧ଜଣଙ୍କ ଅବସ୍ଥା ସାଙ୍ଘାତିକ ଥିବା କଥା ନ୍ୟାସ୍ନାଲ୍ ହେଲ୍ଥ୍ କମିସନ୍ କହିଛି। ଦେଶର ମଧ୍ୟସ୍ଥଳରରେ ଥିବା ହୁବେଇକୁ ଚୀନ୍ ବନ୍ଦ ରଖିଥିବାରୁ ହୁବେଇର ହଜାର ହଜାର ଲୋକ ପରିବହନ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି। ଏହି ଭୂତାଣୁର ଦ୍ରୁତ ସମ୍ପ୍ରସାରଣକୁ ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ ଗମ୍ଭୀର ପରିସ୍ଥିତି ବୋଲି କହିଛନ୍ତି।
