ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଧଳାଡ଼ିହ ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ପଥରରେ ଛେଚି ହତ୍ୟା କରିଛନ୍ତି। ମୃତକଙ୍କ ନାଁ ବିଶାଲ ମୁଣ୍ଡା। ଅଭିଯୁକ୍ତ ମହିଳାଙ୍କ ନାଁ ଚାନ୍ଦ ମୁଣ୍ଡା।

ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ବିଶାଲ ଓ ଚାନ୍ଦଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ବିଶାଲ ଘରେ ଶୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ଚାନ୍ଦ ଏକ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏନେଇ ପଡ଼ୋଶୀଙ୍କଠାର ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏଥିସହ ଅଭିଯୁକ୍ତ ଚାନ୍ଦ ମୁଣ୍ଡାକୁ ଗିରଫ କରିଛି।

Leave A Reply

Your email address will not be published.