ଏସସିବିର ପୁନର୍ବିନ୍ୟାସ ପାଇଁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା

କଟକ: କଟକ ଏସସିବିର ପୁନର୍ବିନ୍ୟାସ ପାଇଁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜୋବ୍ରା ଖଲାସୀ ଲେନରେ ଥିବା ପୁରୁଣା ଜଳସେଚନ କ୍ୱାଟର୍ସ ଭଙ୍ଗାଯାଇଛି ।

ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଏସସିବି ପୁନର୍ବିନ୍ୟାସ, ଥଇଥାନ ଓ ସହାୟତା ପ୍ୟାକେଜ ମଞ୍ଜୁରୀ ଦେଇଥିଲେ। ଏହି ଉଚ୍ଛେଦ ପ୍ରକ୍ରିୟାରେ ୩୦୦ରୁ ଅଧିକ ପରିବାର ପ୍ରଭାବିତ ହେବେ। ପ୍ରଭାବିତ ପରିବାରଙ୍କୁ ଯୋବ୍ରା ବ୍ରିଜ୍ ଅପରପାର୍ଶ୍ଵରେ ଥଇଥାନ କରାଯିବ। ଏ ନେଇ ସିଏମସି କର୍ତୃପକ୍ଷ ଙ୍କ ସହ ଆଲୋଚନା କରାଯାଇଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ପ୍ରମୁଖ ଚିକିତ୍ସାସେବା ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ର ପୁନର୍ବିନ୍ୟାସ କରି ଏହାକୁ ଏକ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ। ଏଥିପାଇଁ ଏହାର ସଂପ୍ରସାରଣ କରି ଏହାକୁ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ସହିତ ୩୦୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଗଢ଼ିବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।

Leave A Reply

Your email address will not be published.