ମାର କୋକେଇକୁ କାନ୍ଧ ଦେଲେନି ପୁଅ,ଝିଅ ଓ ବୋହୁ କୋକେଇ କାନ୍ଧେଇ ସ୍ମଶାନକୁ ନେଲେ ଶବ

ବାରଣାସି : ମାର ମୃତ୍ୟୁ ପରେ ପୁଅ ମାର କୋକେଇରେ କାନ୍ଧ ଲଗାଇଲେନି । ପୁଅ ମାନେ ଉପସ୍ଥିତ ଥାଇ ବି ଝିଅ ଏବଂ ବୋହୁ ମାନେ ମୃତ ଦେହକୁ କୋକେଇରେ କାନେ୍ଧଇ କାନେ୍ଧଇ ନେଲେ ଆଉ ଶେଷକୃତ୍ୟ ହେଲା । ଏମିତି ଘଟଣା ଘଟିଛି ଉତର ପ୍ରଦେଶର ବାରଣାସୀରେ ଌଣେ ୯୦ ବର୍ଷୀୟ ବୃଦ୍ଧାଙ୍କ ମୃତ ଦେହକୁ ତାଙ୍କ ପୁଅଙ୍କ ବଦଳରେ ଝିଅ ଓ ବୋଦୁ କାନ୍ଧ ଦେିଥିଲେ ଆଉ ଦେଖଣାହାରି ସାଜିଥିଲେ ପୁଅ । ତେବେ ଏହା ପଛରେ ଏକ କାରଣ ରହିଛି । ମାଙ୍କ ଶେଷ ିଛ୍‍ଚା ପୁରଣ କରିବାକୁ ଏମିତି କରିଥିଲେ ପୁଅ ।

ବରିୟାସନପୁର ଗ୍ରାମରେ ଜଣେ ୯୦ବର୍ଷିୟ ବୃଦ୍ଧାଙ୍କୁ ତାଙ୍କ ଝିଅ ଏବଂ ବୋହୂ ପରମ୍ପରାକୁ ଭାଙ୍ଗି ତାଙ୍କ ଶବ କାନ୍ଧେଇ ଗାଁ ବାହାରକୁ ନେଇଥିଲେ । ଏହି କାମ କରି ସାରିବା ପରେ ବୃଦ୍ଧାଙ୍କ ଝିଅ ମୁଁ ମୋ ମା’ଙ୍କ ଶେଷ ଇଚ୍ଛା ପୂରଣ କରିଛି ବୋଲି କହିଥିଲେ । ମୃତ ସନ୍ତଳା ଦେବୀ ମରିବା ପୂର୍ବରୁ ନିଜର ଶେଷ ଇଚ୍ଛା ଜଣାଇଥିଲେ । ମୁଁ ମରିବା ପରେ ମୋ ଝିଅ ଏବଂ ବୋହୂ ମୋ ଶବକୁ କାନ୍ଧେଇବେ ବୋଲି କହିଥିଲେ । ସମାଜରୁ ପୁଅମାନେ ହିଁ କେବଳ ଶବ କାନ୍ଧେଇ ପାରିବେ ସେ ଭାବନାକୁ ଦୂର କରିବା ସହ ଝିଅମାନେ ମଧ୍ୟ ଶବ କାନ୍ଧେଇବା ପାଇଁ ସକ୍ଷମ ତାହା ଜଣାଇବା ପାଇଁ ସନ୍ତଳା ଦେବୀ ଏପରି କହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.