ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କାଲି ହାଜର ହେବାକୁ ଦିଲ୍ଲୀ ପୋଲିସର ଇଓଡବ୍ଲୁ ସମନ

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ  ପୋଲିସର ଇଓଡବ୍ଲୁ ସମନ ଜାରି କରିଛି । ଆସନ୍ତାକାଲି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିରଞ୍ଜନଙ୍କ ସହିତ ତାଙ୍କ ପୁଅ ନବଜ୍ୟୋତି  ପଟ୍ଟନାୟକଙ୍କୁ ମଧ୍ୟ ଏହି ସମନ ଜାରି କରିଛି ଦିଲ୍ଲୀ ପୋଲିସ । ଏକ ଠକେଇ ମାମଲାରେ ହାଜର ହେବାକୁ ନିରଞ୍ଜନଙ୍କୁ ଏହି ସମନ ଜାରି ହୋଇଥିବା କଥା ଏଏନଆଇରୁ ପ୍ରକାଶ । କିନ୍ତୁ ନିରଞ୍ଜନ ଏଭଳି କୌଣସି ସମନ ପାଇନଥିବା କହିଛନ୍ତି ।

ଆସନ୍ତାକାଲି କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଅନୁଷ୍ଠିତ ହେବାର ଅଛି । ଏହି କାର୍ଯ୍ୟକ୍ରମରେ କଂଗ୍ରେସର ରାଷ୍ଟ୍ରିୟ ଅଧ୍ୟକ୍ଷ ରାହୁଳଗାନ୍ଧୀ ଯୋଗ ଦେବାର  କାର୍ଯ୍ୟକ୍ରମ ଅଛି । ଏହି ସଂକଳ୍ପ କାର୍ଯ୍ୟକ୍ରମକୁ  ଭଣ୍ଡୁର କରିବାକୁ ବିରୋଧୀଙ୍କ ଅପପ୍ରଚାର ବୋଲି ନିରଞ୍ଜନ କହିଛନ୍ତି ।

Leave A Reply

Your email address will not be published.