ମୃତ ଡଲଫିନ୍ ଉଦ୍ଧାର

ବ୍ରହ୍ମଗିରି: ସାତପଡ଼ା ରେଞ୍ଜ ଅନ୍ତର୍ଗତ ଚିଲିକା ହ୍ରଦର ମଗରମୁଖ ମଧ୍ୟରୁ ଗୁରୁବାର ସକାଳେ ଏକ ମୃତ ଡଲଫିନ୍ ଉଦ୍ଧାର କରାଯାଇଛି । ଏହା ଇର୍ୱାଡି ପ୍ରଜାତିର ବୋଲି ଜଣାପଡ଼ିଛି । ମୃତ ମାଈ ଡଲ୍‌ଫିନ୍‌ର ଲମ୍ବ ୬ ଫୁଟ୍‌ ୫ ଇଞ୍ଚ୍‌ ଓ ମୋଟେଇ ୩ ଫୁଟ୍‌ ୮ ଇଞ୍ଚ। ବନ ବିଭାଗର ଡଲ୍‌ଫିନ୍‌ ସ୍କ୍ଵାଡ୍‌ ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ମୃତ ଶିଶୁମାରଟିକୁ ଦେଖି ପାଣିରୁ ଉଦ୍ଧାର କରି ସାତପଡ଼ା ରେଞ୍ଜ୍‌ କାର‌୍ୟ୍ୟାଳୟକୁ ଆଣିଛନ୍ତି। କାହିଁକି ଡଲ୍‌ଫିନ୍‌ଟିର ମୃତ୍ୟୁ ହେଲା ତାହା ଶବ ବ୍ୟବଚ୍ଛେଦ ହେବା ପରେ ଜଣାପଡ଼ିବ ବୋଲି ରେଞ୍ଜ୍‌ ଅଧିକାରୀ ଏସ୍‌. ମହାପାତ୍ର କହିଛନ୍ତି। ଆଡିସ୍‌ନାଲ୍‌ ଭେଟର୍‌ନାରି ସର୍ଜନ୍‌ ଡାକ୍ତର ପ୍ରୀତିତୋଷ ମହାପାତ୍ର ମୃତ ଡଲ୍‌ଫିନ୍‌କୁ ବ୍ୟବଚ୍ଛେଦ କରୁଛନ୍ତି।

Leave A Reply

Your email address will not be published.