ପିକନିକ ହେଲା କାଳ, ସମୁଦ୍ରରେ ୩ ଇଂଜିନିୟରଂ ଛାତ୍ରଙ୍କ ସଲିଳ ସମାଧି

ସମୁଦ୍ର ଗାଧୁଆ ହେଲା କାଳ

କୋଣାର୍କ  : ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀର ଜାହାନିଆରେ ଅଘଟଣ । ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ୩ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତାହତ ରାଜଧାନୀର ଏକ ଘରୋଇ ଇଂଜିନିୟରଂ କଲେଜର ଛାତ୍ର । ପିକ୍ ନିକ୍ ପାଇଁ ପୀର ଜାହାନିଆ ଯାଇଥିଲେ ।

ସମୁଦ୍ର ଗାଧୁଆ ହେଲା କାଳ । ୩ ଛାତ୍ରଙ୍କ ସଲିଳ ସମାଧି। ଅସ୍ତରଙ୍ଗ ପୀର ଜାହାନିଆରେ ଘଟିଛି ଅଘଟଣ । ଭାସିଯିବା ବେଳେ ଅନ୍ୟ ଦୁଇ ଜଣ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ ଏବଂ ଲାଇଫ୍ ଗାର୍ଢ । ସେମାନଙ୍କ ଚିକିତ୍ସା ଚାଲିଛି । ମୃତକ ଅଭିନାଶ ପ୍ରଧାନ, ଅମିତ ପ୍ରଧାନ ଏବଂ ଶୁଭ ସୋମିଆ। ମୃତାହତ ସମସ୍ତେ ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର । ଏହି ଘଟଣା ଆଖପାଖରେ ଶୋକର ଛାୟା ଖେଳାଇ ଦେଇଛି ।  

ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର ରବିବାର ପିକ୍ ନିକ୍ ପାଇଁ ଯାଇଥିଲେ ପୀର ଜାହାନିଆ । ସମୁଦ୍ର ସ୍ନାନ ସହ ଭୋଜି ଭାତର ମଜା ନେବାକୁ କେତେ କ’ଣ ପ୍ଲାନିଂ କରିଥିଲେ । ୩ ଜଣ ଛାତ୍ର ଗାଧୋଇବାକୁ ସମୁଦ୍ରକୁ ଯାଇଥିଲେ । ଅଚାନକ ଲହଢି ଏମାନଙ୍କୁ ଟାଣି ନେଇଥିଲା । କୂଳରେ ଥିବା ଦୁଇ ଜଣ ଉଦ୍ଧାର କିରବାକୁ ଆାଗଇ ଆସିଥିଲେ । ସେମାନେବି ଭାସିଯାଇଥିଲେ ।   ପିଲାଙ୍କ ଚିତ୍ସାର ଶୁଣି ଆଖପାଖର ଲୋକେ ଗଦା ହୋଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ପହଞ୍ଚିଯାଇଥିଲା ଅଗ୍ନିଶମ ଓ ଲାଇଫ୍ ଗାର୍ଡେ । ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ୩ ଜଣଙ୍କୁ ମୃତ ଅବସ୍ଥାରେ ।

ଅସ୍ତରଙ୍ଗ ଜାହାନିଆ ସମୁଦ୍ର ଗଭୀର ଥିବାରୁ ଗାଧୋଇ ବାରଣ କରାଯାଇଛି । କିନ୍ତୁ ପ୍ରଶାସନିକ ସ୍ତରରେ ଏଥିପାଇଁ ଯେଉଁସବୁ ବ୍ୟବସ୍ଥା କରାଯିବା କଥା ହୋଇନି । ନା ମୁତୟନ ହୋଇଛନ୍ତି ପୋଲିସ ନା ଲାଇଫ ଗାର୍ଡ । ଫଳରେ ପ୍ରତିବର୍ଷ ଜାହାନିଆରେ ଛୋଟ ମୋଟ ଘଟଣା ଘଟୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

Leave A Reply

Your email address will not be published.