ଚିଟଫଣ୍ଡ ଘୋଟାଲା ଖୋଳତାଡ : ସିନେମାରେ ଚିଟଫଣ୍ଡ ଅର୍ଥ ଲାଗିଥିବା ନେଇ ଓଲିଉଡ ଅଭିନେତା ଶ୍ରୀତମଙ୍କୁ ଇଡିର ଜେରା,ସେପଟେ ପ୍ରଶାନ୍ତଙ୍କୁ ପୁଣି ଜେରା କଲା ସିବିଆଇ

ଭୁବନେଶ୍ବର : ଇଡି ସ୍କାନରରେ ଓଲିଉଡ ଅଭିନେତା ଶ୍ରୀତମ ଦାଶ । ଆଜି ଇଡିରେ ହାଜର ହୋଇଛନ୍ତି ଶ୍ରୀତମ ଦାସ । ଷ୍ଟାର କନସଲଟାନ୍ସି ମୁଖ୍ୟ ତ୍ରୀବେଣୀ ମହାନ୍ତିଙ୍କ ଲିଙ୍କରେ ଶ୍ରୀତମଙ୍କୁ ଜେରା କରିଛି ଇଡି । ସିନେମା  ତୁ ଥା ମୁଁ ଯାଉଥି ଋଷି ଫିଲ୍ମରେ ଚିଟଫଣ୍ଡ ଟଙ୍କା ଲାଗିଥିବା ନେଇ ଅଭିଯୋଗରେ ଇଡି ଖୋଳତାଡ କରି ଶ୍ରୀତମଙ୍କୁ ଜେରା କରିଛି  ଇଡି । ଏହି ଫିଲ୍ମର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଥିଲେ ଅଭିନେତା ଶ୍ରୀତମ ଦାସ । ଇଡିରେ ହାଜର ପାଇଁ ଶ୍ରୀତମଙ୍କୁ  ପୂର୍ବରୁ ସମନ କରିଥିଲା ଇଡି । ସମନ ପାଇ ଆଜି ଇଡିରେ ହାଜର ହୋଇଥିଲେ ଶ୍ରୀତମ ।

ସେପଟେ ଦ୍ବିତୀୟ ଦିନରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ଜେରା କରୁଛି ସିବିଆଇ । ଚିଟଫଣ୍ଡ ଠକେଇ ନେଇ ସିବିଆଇ ଅଧିକାରୀମାନେ ତାଙ୍କୁ ଜେରା କରୁଛନ୍ତି । ଗତକାଲି ପ୍ରଶାନ୍ତ ଦାସଙ୍କୁ ୩ ଘଣ୍ଟା ମାରାଥନ୍ ଜେରା କରିଥିଲା ସିବିଆଇ । ୨୦୧୩ରେ ମୁମ୍ବାଇରୁ ପ୍ରଶାନ୍ତ ଦାସଙ୍କୁ ଗିରଫ କରାଯାଇଥିଲା । ଗତ ଜାନୁଆରୀ ୫ ତାରିଖରେ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ୍ ମିଳିଥିଲା । ସିସୋର ଚିଟଫଣ୍ଡ ସଂସ୍ଥା ନାଁରେ ୫ଶହ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି

Leave A Reply

Your email address will not be published.