ଟ୍ରକ୍ ଚକା ତଳେ ଚାପି ହୋଇ ହାତୀର ଗଲା ଜୀବନ

ଢ଼େଙ୍କାନାଳ: ଆଜି ଭୋରରୁ ଏକ ଟ୍ରକ୍ ଚତା ତଳେ ଚାପି ହୋଇ ଗୋଟିଏ ହାତୀର ଜୀବନ ଯାଇଛି । ତେବେ ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ଏନଏଚ-୫୫ର ସଦର ରେଞ୍ଜ ଜୀବନଖୋଲ ନିକଟରେ ।

ଆଉ ଗୋଟିଏ ହାତୀ ଆହତ ହୋଇ ଜଙ୍ଗଲକୁ ପଳାଇଥିବା  ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି। ଦୁର୍ଘଟଣା ଘଟାଇ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାଯାଇଛି।

ଦୁର୍ଘଟଣାସ୍ଥଳଟି ହାତୀ ଯାତାୟାତ ରାସ୍ତା ବୋଲି ସୂଚନା ଫଳକ ଲାଗିଛି । କିପରି ଟ୍ରକ୍‌ଟି ଦ୍ରୁତ ଗତିରେ ଯାତାୟତ କରୁଥିଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ପରିବେଶବିତମାନେ ଉଦ୍‌ବେଗ୍‌ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.