ବାଲେଶ୍ୱରରେ ଡେଙ୍ଗୁ ଆତଙ୍କ; ୨୦ ଚିହ୍ନଟ
DF and DHF are caused by one of four closely related, but antigenically distinct virus serotypes (DEN-1, DEN-2, DEN-3, and DEN-4) of the genus Flavivirus. Infection with one of these serotypes provides immunity to only that serotype for life, so persons living in a dengue-endemic area can have more than one dengue infection during their lifetime.
ବାଲେଶ୍ୱର: ବାଲେଶ୍ୱରରେ ବ୍ୟାପୁଛି ଡେଙ୍ଗୁ । ବିଶେଷ କରି ଜଳେଶ୍ୱର ଓ ବାଲିଆପାଳ ବ୍ଲକରେ ଏହାର ପ୍ରାଦ୍ରୁର୍ଭାବ ଦେଖିବାକୁ ମିଳିଛି । ଏହାକୁ ନେଇ ଜିଲ୍ଲାବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ଜଳେଶ୍ୱର ବ୍ଲକ ମହମ୍ମଦ ନଗର ପାଟଣାରେ ୧୫ ଦିନ ଭିତରେ ୨୦ରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏମାନେ ସମସ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ଆହୁରି ଅନେକ ଲୋକ ସଚେତନତା ଅଭାବରୁ ଗାଁରେ ରହିଯାଇଥିବା ସନ୍ଦେହ କରାଯାଉଛି। କିଛି ଆକ୍ରାନ୍ତ ରାଜ୍ୟ ବାହାରୁ ଆସିଥିବା ଅନୁମାନ କରାଯାଉଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।
