କେନ୍ଦୁଝର : ନକଲି RTOଗିରଫ । କିନ୍ତୁ ଚାନ୍ଦା ଆଦାୟ କରିବା ଥିଲା ଅସଲି । ଟ୍ରକ ଅଟକାଇ ନକଲି ଆରଟିଓ ଆଦାୟ କରୁଥିଲେ ଅର୍ଥ । ଏହି ଭଳି ଜଣେ ନକଲି ଆରଟିଓ ବଡବିଲ ପୋଲିସ ନକଲି RTOକୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ବଡବିଲ ବାଇପାସ୍ ରୋଡ ଅଞ୍ଚଳର ଇମରାନ୍ ଖାନ । ନିଜକୁ RTO ପରିଚୟ ଦେଇ ଇମରାନ୍ ଖାନ୍ ଟ୍ରକ ଡ୍ରାଇଭରଙ୍କଠାରୁ ଟଙ୍କା ଆଦାୟ କରୁଥିଲା । ତା ନିକଟରୁ ଗୋଟିଏ ବାଇକ୍, ନଗଦ୧୪୫୦ଟଙ୍କା, ନକଲି ରସିଦ ବହି ଏବଂ ଗାଡ଼ି ଡ୍ରାଇଭରଙ୍କ ଡ୍ରାଇଭିଂ ଲାଇସେନ୍ସକୁ ଜବତ୍ କରିଛି । ଅଭିଯୁକ୍ତ ଇମରାନ୍, ବଡ଼ବିଲ-ଭଦ୍ରାସାହି ରାସ୍ତାରେ ଟ୍ରକ ଅଟକାଇ ଡ୍ରାଇଭରଙ୍କଠାରୁ ୫ଶହ ଟଙ୍କା ନେଉଥିଲା । ତବେ ପ୍ରତି ବଦଳରେ ସେମାନଙ୍କୁ ଏକ ଜୁସ୍ ଦୋକାନର ରସିଦ ଦେଉଥିଲା । ଲୋକଙ୍କ ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆଜି ନକଲି RTO ଇମ୍ରାନକୁ ଗିରଫ କରିଛି ।
Next Post
