ପାଣି ବନ୍ଧାକୁ କେନ୍ଦ୍ରକରି ଦୁଇ ଗଁ। ମଧ୍ୟରେ ସଂଘର୍ଷ : ଗୁଳିମାଡରେ ଦୁଇ ମୃତ ଦୁଇ ଆହତ

ଭୁବନେଶ୍ବର : ପାଣି ବନ୍ଧାକୁ କେନ୍ଦ୍ରକରି ଦୁଇ ଗଁ। ମଧ୍ୟରେ ସଂଘର୍ଷ । ଗୁଳିମାଡରେ ଦୁଇ ମୃତ ଦୁଇ ଆହତ । ଆହତମାନେ ନୟାଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ନୟାଗଡ ଜିଲ୍ଲା ଶରଣକୁଳ ଥାନା ପାଣିଭଣ୍ଡାର ଏବଂ ବଧିସାହି ଗଁ। ମଧ୍ୟରେ ହୋଇଛି ସଂଘର୍ଷ । ମୃତାହତମାନେ ପାଣିଭଣ୍ଡାର ଗଁ।ର । ମୃତକମାନେ ହଲେ ରାମଚନ୍ଦ୍ର ପ୍ରଧାନ ଏବଂ ସିଲୁ ପ୍ରଧାନ । ଆହତ ମନୋଜ ସ୍ବାଇଁଙ୍କ ଅଣ୍ଟାତଳକୁ ଗୁଳିବାଜିଥିବାବଳେ ନାବାଳକ ଚନ୍ଦନ ପ୍ରଧାନର ମୁଣ୍ଡ ଫାଟିବା ସହ ପିଚାରେ ଗୁଳିବାଜିଛି । ପାଣିଭଣ୍ଡାର ଗଁ। ନିକଟରେ ଥିବା ଏକ କେନାଲରୁ ପାଣି ନେବାପାଇଁ ବଧିସାହିର ଲୋକମାନେ ବନ୍ଧ ପକାଇଥିଲେ । ଫଳରେ ପାଣିଭଣ୍ଡାର ଗଁ।ର ଏକ ସାହି ଭିତରେ ପାଣି ପଶିଥିଲା । ଏହାକୁ ପାଣିଭଣ୍ଡାର ଗଁ।ଲୋକେ ବିରୋଧ କରି ବଧିସାହି ଲୋକଙ୍କୁ ଜଣାଇଥିଲେ ମଧ୍ୟ କୈ।ଣସି ସୁଫଳ ମିଳିନଥିଲା । ଆଜି ପାଣିଭଣ୍ଡାର ଗଁ।ର କିଛି ଯୁବକ ବନ୍ଧ ଭାଙ୍ଗିବାକୁ ଯାଉଥିବା ସମୟରେ ଅପରପକ୍ଷରୁ ହଠାତ୍ ଗୁଳିମାଡ କରାଯାଇଥିଲା । ଏଥିରେ ପାଣିଭଣ୍ଡାର ଗଁ।ର ରାମ଼ଚନ୍ଦ୍ର ପ୍ରଧାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବଳେ ସିଲୁ ପ୍ରଧାନଙ୍କ ନୟାଗଡ ଡାକ୍ତରଖାନାକୁ ଆଣିବାବଳେ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ନୟାଗଡ ଜିଲ୍ଲାମୂଖ୍ୟ ଚିକିତ୍ସାଲୟରେ ଭର୍ତ୍ତି ହୋଇଛନ୍ତି । ପୂର୍ବରୁ କୈ।ଣସି ବିବାଦ ନଥିବାବଳେ ପାଣିବନ୍ଧାକୁ ନେଇ ଅଳ୍ପ ଦିନହେଲା ଏହି ବିବାଦ ଉପୁଜିଥିଲା ବୋଲି ଗ୍ରାମବାସୀ କହିଛନ୍ତି । ଶରଣକୁଳ  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦ’ ଆରମ୍ଭ କରିଛି ।

Leave A Reply

Your email address will not be published.