ଠିକାଦାଙ୍କୁ ଗୁଳି କରି ହତ୍ୟା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋଠଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ବାଇକ୍‌ରେ ଆସି ୩ ଜଣ ଦୁର୍ବୃତ୍ତ ଗାଁ ମଝିରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାଁ ଯୋଗୀ ସ୍ୱାଇଁ। ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଠିକାଦାରୀ କାମ କରୁଥିଲେ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.