ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି: ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରରେ ପାରମ୍ପରିକ ରୀତିନୀତିରେ ଆଜି ଶ୍ରୀଜିଉଙ୍କ ମସ୍ତକରେ ସୁବର୍ଣ୍ଣ ରାହୁ ରେଖା ଲାଗି ହେବ। ଏଥିପାଇଁ ଅପରାହ୍ଣ ୨ଟାରୁ ସଂଧ୍ୟା ୭ଟା ଯାଏ ପ୍ରାୟ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।

ସ୍ନାନ ପୂର୍ଣ୍ଣିମା ଦିନ ଅଣସର ପିଣ୍ଡିରୁ କଢ଼ା ଯାଇଥିବା ସୁବର୍ଣ୍ଣ ରାହୁରେଖାକୁ ରତ୍ନ ଭଣ୍ଡାରରେ ରଖାଯାଇଥିଲା। ରୀତିନୀତି ଅନୁସାରେ, ଆଜି ବାହାର ରତ୍ନ ଭଣ୍ଡାର ଖୋଲାଯିବ। ଭଣ୍ଡାର ମେକାପ ରାହୁ ରେଖା ଆଣି ପତି ମହାପାତ୍ରଙ୍କୁ  ପ୍ରଦାନ କରିବେ। ପତି ମହାପାତ୍ର ଏହାର ସଂସ୍କାର କରିବା ପରେ ଦଇତାପତି ସେବକଙ୍କୁ ଦେବେ। ଦଇତାପତି ସେବକମାନେ ଓଷୁଅ ଲଗାଇ ରାହୁ ରେଖାକୁ ମସ୍ତକରେ ଲାଗି କରାଇବେ। ରାହୁରେଖା ନୀତି ସଂପୂର୍ଣ୍ଣ ଗୁପ୍ତ ନୀତି ହେଉଥିବାରୁ ଦୀର୍ଘ ୫ ଘଣ୍ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।

Leave A Reply

Your email address will not be published.