ଗୋଲଡେନ୍ ବାବା : ୨୦ କିଲୋ ସୁନା ଗହଣା ପିନ୍ଧି ଏସୟୁଭି ଉପରେ ଦେଲେ ଦର୍ଶନ

କନୱାର :  ଗୋଲଡେନ୍ ବାବା ଫେରିଲେ । ଏଥର କନୱାର ଯାତ୍ରାରେ ପୁଣି ଦେଖାଦେଇଥିବା ଏହି ସ୍ୱର୍ଣ୍ମ ବାବା ଏଥର ପିନ୍ଧିଛନ୍ତିଆହୁରି ଅଧିକ ସୁନା ଅଳଙ୍କାର । ଗୋଲଡେନ ବାବା ଓରଫ ସୁଧିର ମକ୍କାର ଏଥର ମେଳାକୁ ୬ କୋଟି ଟଙ୍କାର ସୁନା ଗହଣା ପିନ୍ଧି ଆସିଛନ୍ତି । ପ୍ରାୟ ୨୦ କିଲୋ ଗ୍ରାମର ଗହଣା ପିନ୍ଧି ଏସୟୁଭି ଉପରେ ଛିଡା ହୋଇଥିବା ବାବା ହୋଇଥିଲେ ଆକର୍ଷଣର କେନ୍ଦ୍ର ବିନ୍ଦୁ ।  ୨୦ ରିୁ ଅଧିକ ସୁନା ଚେନ୍, ହାର ଏବଂ ଠାକୁରଙ୍କ ଲକେଟ ଲାଗିଥିବା ଚେନ୍  ପିନ୍ଧିଛନ୍ତି ବାବା ।ସୁନାର ଏକ ଛେଟ ଜ୍ୟାକେଟ୍‌ ବି ରହିଛି ବାବାଙ୍କ ଶରୀରରେ ।  ତେବେ ବାବା କନୱାର ଯାତ୍ରାକୁ ଏପରି ସୁନା ପିନ୍ଧି ଆସିବା ନୁଆ ନୁହେଁ । ଗତ ବର୍ଷ ବାବା ସୁଧିର ମକ୍କର ୧୪ କିଲୋ ୫ ଶହ ଗ୍ରାମ୍‌ର ସୁନା ଅଳଙ୍କାର ପିନ୍ଧି ଆସିଥିଲେ । ୨୦୧୬ ରେ ପିନ୍ଧିଥିଲେ ୧୨ କିଲୋ ଓଜନର ସୁନା ଗହଣା ।ତେବେ ବାବା କହିଛନ୍ତି , ଏଥର ସେ ଆହୁରି ଗହଣା ପିନ୍ଧିଥାନ୍ତେ । କିନ୍ତୁ ତାଙ୍କ ବେକ ଓଜନ ସମ୍ଭାଳି ପାରୁନଥିବାରୁ ଏବଂ ଦୃଷ୍ଟି ଶକ୍ତି ହ୍ରାସ କାରଣରୁ ସେ ଗହଣା ପିନ୍ଧିବା କମାଇଦେଇଛନ୍ତି । ଏଥର ବାବା ୨ କିଲୋ ଓଜନର ହାର ଟେ ପିନ୍ଧିଛନ୍ତି । ୨୫ ରୁ ଅଧିକ ଲକେଟ ଲାଗିଛି ଚେନ୍‌ରେ ।ତା ସାଙ୍ଗକୁ ବାବା ୨୭ ଲକ୍ଷ ଟଙ୍କାର ଏକ ରୋଲେକ୍ସ ଘଡି ବି ପିନ୍ଧିଛନ୍ତି ।ଏତିକି ନୁହେଁ  ଜାଗୁଆର ଲ୍ୟାଣ୍ଡ ରୋଭର ଏବଂ ହମର ଭଳି ଦାମି  କାରରେ ହରିଦ୍ବାର ଆସୁଥିବା ବାବାଙ୍କର ଅଡି, ବିଏମଡବ୍ଲୁ, ଫର୍ଚୁନର ଏବଂ ଇନୋଭା କାର ରହିଛି । ବାବାଙ୍କ ଅନୁଗାମି ତାଲିକା ବେଶ୍ ଲମ୍ବା ।

Leave A Reply

Your email address will not be published.