କେମିତି ପାଇବେ ଦାମ୍ପତ୍ୟ ଜୀବନ ସୁଖ

ଅଧିକାଂଶ ମହିଳାଙ୍କଠାରେ ଯୌନ ସମସ୍ୟା ଦେଖାଯାଏ । ଏପରିକି ସେମାନେ ଯୌନ ସଂପର୍କଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଯାହାକି ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି କରିଥାଏ । ମହିଳାଙ୍କ ଶରୀର ପାଇଁ ଯୌନ ସମ୍ପର୍କର ଆବଶ୍ୟକତା ରହିଛି । ଏହା ଶାରୀରିକ ଓ ମାନସିକତାକୁ ସୁସ୍ଥ ରଖିଥାଏ । ହେଲେ ମହିଳାମାନଙ୍କର ଭାବପ୍ରବଣତା ହେଉ କି ଶାରୀରିକ ଯନ୍ତ୍ରଣା ଦେଖାଦେଲେ ସେମାନେ ଯୌନ ସମ୍ପର୍କକୁ ପସନ୍ଦ କରିନଥାନ୍ତି । ଏହାଦ୍ୱାରା ଯୌନ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇଥାଏ । ଅନ୍ୟ କେତେକ କାରଣ ଯୋଗୁଁ ମଧ୍ୟ ମହିଳାଙ୍କଠାରେ ଯୌନ ସମସ୍ୟା ଦେଖାଯାଏ । ଯେପରି ଚିନ୍ତା, ସମ୍ପର୍କରେ ତିକ୍ତତା, ଦୁଃଶ୍ଚିନ୍ତା, ନିଜ ଶରୀରକୁ ନେଇ ଖୁସି ନ ହେବା, ହର୍ମୋନ ସମସ୍ୟା, କୌଣସି କାରଣରୁ ଶାରୀରିକ ଯନ୍ତ୍ରଣା ଅନୁଭବ କରୁଥିଲେ ମଧ୍ୟ ଏହା ଯୌନ ସମ୍ପର୍କରେ ଫାଟ ସୃଷ୍ଟି କରେ । ଏହାବ୍ୟତୀତ ଯଦି ଡାଇବେଟିସ୍ ଥାଏ, ହାଡ଼ଗଣ୍ଠି ଯନ୍ତ୍ରଣା ହେଉଥାଏ, ଚିନ୍ତା, ରକ୍ତଚାପର ଉପଚାର ପାଇଁ ଯଦି ଔଷଧ ସେବନ କରୁଥାନ୍ତି, ତାହାଲେ ମଧ୍ୟ ଯୌନ ସମ୍ପର୍କରେ ବାଧା ସୃଷ୍ଟି କରିଥାଏ । ବିଶେଷ କରି ମହିଳାମାନେ ବିଭିନ୍ନ କାରଣରୁ ଚାପଗ୍ରସ୍ତ ରହିଥିବାରୁ ସେମାନଙ୍କଠାରେ ଅଧିକ ରୋଗ ଦେଖାଯାଏ । ଯେଉଁଥିପାଇଁ ସେମାନେ ବିଭିନ୍ନ ପ୍ରକାର ଔଷଧ ସେବନ କରନ୍ତି ଓ ଯୌନ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ହେଲେ ବିଶେଷଜ୍ଞଙ୍କ କହିବାନୁସାରେ, ବିଭିନ୍ନ ସମସ୍ୟାରୁ ବାହାରି ମନ ଖୁସି ରଖନ୍ତୁ । ସାଥୀଙ୍କ ସହିତ ନିବିଡ଼ ସମ୍ପର୍କ ରଖନ୍ତୁ । ଅଯୋଥା ଟେନସନ ନିଅନ୍ତୁ ନାହିଁ । ବିନା କାରଣରେ କଳି ଝଗଡା କରି ମନାନ୍ତର ହୁଅନ୍ତୁନି । ବିଳମ୍ବିତ ରାତି ନକରି ୧୦ ଟା ଭିତରେ ବେଡକୁ ଯାଆନ୍ତୁ । ଶୋଇବାର ଘଣ୍ଟାଏ ଆଗରୁ ରାତ୍ରୀ ଭୋଜନ ସାରିଦେଲେ ଭଲ । ଶୋଇବା ବେଡକୁ ସଫା ରଖନ୍ତୁ । ଶୋଇବାଘରେ ଅନାବଶ୍ୟକୀୟ ଜିନିଷ ରଖନ୍ତୁ ନାହିଁ । ବେଡର ତଳ ପାଖରେ ଡ୍ରେସିଂ ଟେବରୁଲ ନରକଇବା ଦରକାର । ଯଦି ମିରର ଅଛି ତେବେ ସେଥିରେ କପଡା ଢାଙ୍କି ଦିଅନ୍ତୁ । ମନେ ରଖନ୍ତୁ ଶୋଇବା ଆଗରୁ ଗୋଡ ହାତ ପରିଷ୍କାର କରି ଶୋଇବା ସହ ସଫା ହାଲକା କପଡା ପିନ୍ଧିବା ଦରକାର । ଆୁ ଶୋଇବାର ଅଧଘଣ୍ଟା ଆଗରୁ ଫୋନରେ କଥା ହୁଅନ୍ତୁନି । କି ଶୋସାଲ ମିଡିଆ ବ୍ୟବହାର କରନ୍ତୁନି । ଏସବୁ କଲେ ମନ ଫ୍ରଫୁଲ ରହିବ । ଆଉ ଏହା ହିଁ ହେଉଛି ଦାମ୍ପତ୍ୟ ଜୀବନରେ ସଫଳ ଯୌନ ସୁଖର କେତେକ ଜାଣିବା କଥା । ଏହା କରିବାକୁ ଉଭୟ ଯାହା ଆପଣ ଚାହିଁଲେ ବିନା ଖର୍ଚ୍ଚରେ କେବଳ ଅଭ୍ୟାସ ବଦଳାଇ ପାରିବେ । ଖାସ କରି ଶିଘ୍ର ଦାମ୍ପତ୍ୟ ଜୀବନ ଖୁସିରେ କଟିଲେ, ବିଭିନ୍ନ ପ୍ରକାର ରୋଗଠୁ ଦୂରେଇ ରହିବେ ।

Leave A Reply

Your email address will not be published.