ଆଜିଠୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି କରିବେ ହେଲ୍‌ଥ ସ୍କ୍ରିନିଂ

ବ୍ରହ୍ମପୁର: ଆଜିଠୁ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରେ ହେଲ୍‌ଥ ସ୍କ୍ରିନିଂ ହେବ। ସ୍ୱାସ୍ଥ୍ୟକର୍ମୀମାନେ ଗ୍ରାମାଞ୍ଚଳରେ ଘର ଘର ବୁଲି ସ୍କ୍ରିନିଂ କରିବେ। ଗଞ୍ଜାମରେ ଅଣାୟତ୍ତ ସ୍ଥିତି ରୋକିବାକୁ ସରକାର ନୂଆ ପ୍ଲାନ ‘ମିଶନ୍ ଗଞ୍ଜାମ’ ଆରମ୍ଭ କରିଛନ୍ତି। ଜିଲ୍ଲାର ୮୨ ପ୍ରତିଶତ ଗାଁ  ଗ୍ରୀନ୍ ଜୋନ୍‌ରେ ଥିଲେ ବି ବାକି ୧୮ ପ୍ରତିଶତ ଗାଁ ରେଡ୍ ଜୋନ୍‌ରେ ରହିଥିବା ଖୋଦ ଜିଲ୍ଲାପାଳ କହିଛନ୍ତି। ତେଣୁ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ ଓ କ୍ୱାରେଣ୍ଟାଇନ୍‌କୁ ଗୁରୁତ୍ୱ ଦିଆଯାଉଛି।

ଅନ୍ୟପକ୍ଷରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଗଞ୍ଜାମ ଜିଲ୍ଲା ଛତ୍ରପୁର ସବଡିଭିଜନ ଅଧୀନରେ ଥିବା ୭ଟି NACକୁ ଆଜିଠୁ ୬ ଦିନ ଯାଏ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ଏଗୁଡିକ ହେଲା ଛତ୍ରପୁର, ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର, କୋଦଳା, କବିସୂର୍ଯ୍ୟନଗର ଓ ପୋଲସରା।

Leave A Reply

Your email address will not be published.