କ୍ୟାପିଟାଲ ହସ୍ପିଟାଲ କୋରୋନା ୱାର୍ଡର ସ୍ଥିତି ପରଖିଲେ ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ କୋରୋନା ଭାଇରସ ୱାର୍ଡର ସ୍ଥିତି ପରଖିଛନ୍ତି ସ୍ବାସ୍ଥ୍ୟ ସଚିବ । ସ୍ବାସ୍ଥ୍ୟ ସଚିବ କ୍ୟାପିଟାଲ ହସ୍ପିଟାଲରେ ପରିଦର୍ଶନ କରିବା ସହ ଅଂଶୁଘାତ ୱାର୍ଡକୁ କୋରୋନା ଭାଇରସ ୱାର୍ଡରେ ପରିଣତ କରିବାକୁ ନିଷ୍ପତି ନେଇଛନ୍ତି । କୋରୋନା ଭାଇରସ ଭୟଙ୍କର ରୂପ ନେଉଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଗତକାଲି ଆଡ଼ଭାଇଜାରି ଜାରି କରାଯାଇଥିଲା ।

ଘାତକ ସାଜୁଥିବା କୋରୋନା ଭାଇରସ ପାଇଁ ନୂତନ ଭାବରେ କରାଯାଇଥିବା ୱାର୍ଡରେ ସମସ୍ତ ବ୍ୟବସ୍ଥା କରାଯିବ । ଏହା ସହ ସଂକ୍ରମଣକୁ ଆଖିରେ ରଖି ପ୍ରତ୍ୟେକ ରୁମର ବେଡ ସଂଖ୍ୟା ହ୍ରାସ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଏଠାକୁ ଆସୁଥିବା କୋରୋନା ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିବାକୁ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଦଳ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.