୪୮ଘଣ୍ଟାରେ  ଆଭନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ବର : ଆସନ୍ତା ୪୮ ଘଣ୍ଟା ମଧ୍ୟରେ  ଆଭନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ବିଶେଷ କରି ୭ଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଗଞ୍ଜାମ, ବରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ବର୍ଷା ସମ୍ଭାବନା ଅଧିକ ରହିବ । ସେହିପରି ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୨୭ ତାରିଖରୁ ବର୍ଷାର ପରିମାଣ କ୍ରମଶଃ କମିବ । ଗତ ୨୪ ଘଣ୍ଟାରେ କଳାହାଣ୍ଡି ମଦନ ରାମପୁରରେ ସର୍ବାଧିକ ୧୩ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ  ସମୁଦ୍ର ଅଶାନ୍ତ ଥିବାରୁ  ମସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ଆସନ୍ତା ୪୮ ଘଣ୍ଟାରେ ପ୍ରବଳ ବର୍ଷା

ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

୨୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲାଗି ରହିବ ବର୍ଷା

୨୭ ତାରିଖ ପରେ କମିବ ବର୍ଷା ପରିମାଣ

ଗତ ୨୪ ଘଣ୍ଟାରେ ମଦନରାମପୁରରେ ସର୍ବାଧିକ ବର୍ଷା ରେକର୍ଡ

ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୂ ଯିବାକୁ ବାରଣ

Leave A Reply

Your email address will not be published.