ଅସୁସ୍ଥ ହେଲେ ଅମିତ ଶାହା; ପୁଣି ଭର୍ତ୍ତି ହେଲେ ଏମ୍ସରେ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅସୁସ୍ଥତା କାରଣରୁ ପୁଣିଥରେ ଦିଲ୍ଲୀ ଏମସ୍‌ରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗତକାଲି ରାତିରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ବିଳମ୍ବିତ ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଶ୍ୱାସ ଓ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଗତ ଅଗଷ୍ଟ ୨ ରେ ଅମିତ ଶାହା କରୋନାରେ ସଂକ୍ରମିତ ହୋଇଥିଲେ । କିଛି ଦିନ ଡାକ୍ତରଖାନାରେ ରହିବା ପରେ ଅଗଷ୍ଟ ୧୪ ତାରିଖରେ କୋଭିଡ ରିପୋର୍ଟ ନେଗେଟିଭ ଆସିବାପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ପରେ ସେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇ ଘରେ ଆଇସୋଲେସନରେ ରହିବାକୁ କୁହାଯାଇଥିଲା। ଶରୀରର ଯନ୍ତ୍ରଣା ଏବଂ ଥକ୍କାପଣ ଅନୁଭବ କରିବାରୁ ତାଙ୍କୁ ଅଗଷ୍ଟ ୧୮ରେ ପୁନର୍ବାର ଏମ୍ସରେ ଭର୍ତ୍ତି ହୋଇଥିଲେ। କିଛି ଦିନ ଏମ୍ସରେ ରହି ସେ ଅଗଷ୍ଟ ୩୧ରେ ଘରକୁ ଫେରିଥିଲେ।

Leave A Reply

Your email address will not be published.