କଲେଜ ହେଉ କିମ୍ବା ଅଫିସ, କିମ୍ବା କୌଣସି ପାର୍ଟି ଆଉ ଫଙ୍କସନ୍୍, ସବୁ ଜାଗାରେ ଆବଶ୍ୟକ ପରଫ୍ୟୁମ କିମ୍ବା ଡିଓ । ଆଜିକାଲି ଏହା ସମସ୍ତଙ୍କର ଆବଶ୍ୟକତା ହୋଇଯାଇଛି । ପରଫ୍ୟୁମ ଯେ କେବଳ ସୁଗନ୍ଧ ଦେଇଥାଏ ତାହାନୁହେଁ, ଶରୀରରେ ଏହା ଏକ ପ୍ରକାର ଫୂର୍ତ୍ତି ଆଣିଥାଏ । ଏହାସହ ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ମଧ୍ୟ ବଢାଇବାରେ ସହାୟକ ହୋଇଥାଏ ।
ସେ ଷ୍ଟାଇଲ ହେଉ କିମ୍ବା ସୌନ୍ଦର୍ଯ୍ୟ ଆଜିକାଲି ଝିଅମାନେ କୌଣସି କ୍ଷେତ୍ରରେ ପଛରେ ରହିବାକୁ ଚାହୁଁନାହାନ୍ତି । ଆଉ ଏମିତିରେ ତାଙ୍କର ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ କରିଥାଏ କିଛି ସୁଗନ୍ଧ ଭରା ମହକ । ଏହା ତାଙ୍କୁ ଅଧିକ ଆକର୍ଷଣୀୟ ମଧ୍ୟ କରିଥାଏ । ସମସ୍ତଙ୍କ ପସନ୍ଦକୁ ଦେଖି ବଜାରରେ ବିଭିନ୍ନ କମ୍ପାନୀର ପରଫ୍ୟୁମ ଓ ଡିଓ ଉପଲବ୍ଧ ହେଉଛି । ଆପଣ ନିଜ ମନପସନ୍ଦର ପରଫ୍ୟୁମ ଆଣି ସମସ୍ତଙ୍କଠାରୁ ନିଜକୁ ଅଲଗା କରିପାରିବେ ।
କେମିତି ବାଛିବେ ପରଫ୍ୟୁମ୍
ବଜାରରେ ବିଭିନ୍ନ ପ୍ରକାରର ପରଫ୍ୟୁମ ଉପଲବ୍ଧ ରହିଛି । ତେଣୁ କିଛି ନଦେଖି କେବଳ ବାସ୍ନା ଶୁଂଘି ପରଫ୍ୟୁମ କିଣି ଆଣିବା ଠିକ ନୁହେଁ ।ନିଜକୁ ସୁହାଇଲା ଭଳି ପରଫ୍ୟୁମ ଆଣି ବ୍ୟବହାର କରନ୍ତୁ ।
କଲଜେ କିମ୍ବା ଅଫିସ ଯାଉଥିଲେ ଅଧିକ ବାସ୍ନା ଯୁକ୍ତ ପରଫ୍ୟୁମ ବ୍ୟବହାର କରନ୍ତୁ ନାହିଁ । ଆପଣ ଗୋଲାପ, ଚନ୍ଦନ କିମ୍ବା ଲେମନ ବାସ୍ନା ଥିବା ପରଫ୍ୟୁମ ବ୍ୟବହାର କରିପାରିବେ ।
କୌଣସି ପାର୍ଟି କିମ୍ବା ଫଙ୍କସନକୁ ଯାଉଥିଲେ ଆପଣ ଅଧିକ ବାସ୍ନାଯୁକ୍ତ ବା ହାର୍ଡ ସ୍ମେଲ ପରଫ୍ୟୁମ ବ୍ୟବହାର କରିପାରିବେ । ଏହାଦ୍ୱାରା ଆପଣ ସମସ୍ତଙ୍କଠାରୁ ବାରି ହୋଇପଡିବେ ।
କିଛି ଲୋକ ଭାବନ୍ତି ଭଲ ସୁଗନ୍ଧ ଥିବା ପରଫ୍ୟୁମର ଦାମ ଅଧିକ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା । ବିଭିନ୍ନ କମ୍ପାନୀ ଏବଂ ବିଭିନ୍ନ ଭେରାଇଟି ଦେଖି ଦାମ ସ୍ଥିର ହୋଇଥାଏ । ମାର୍କଟରେ ୯୯ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ପରଫ୍ୟୁମ ଉପଲବ୍ଧ । ଆପଣ ନିଜ ପକେଟକୁ ସୁହାଇଲା ଭଳି ପରଫ୍ୟୁମ ଆଣିପାରିବେ ।
ପରଫ୍ୟୁମ୍ ବ୍ୟବହାର ପୂର୍ବରୁ କିଛିଟା ଦିଗ ପ୍ରତିଧ୍ୟାନ ଦେବା ନିହାତି ଆବଶ୍ୟକ
ସମସ୍ତେ ବ୍ୟବହାର କରୁଛନ୍ତି ତେଣୁ ମୁଁ ବି ବ୍ୟବହାର କରିବି । ଏଭଳି ଭାବି ପରଫ୍ୟୁମ ବ୍ୟବହାର କରନ୍ତୁ ନାହିଁ । ଆମ ଭିତରୁ ଏମିତି ଅନେକ ଅଛନ୍ତି ଯେଉଁମାନଙ୍କୁ ପରଫ୍ୟୁମକୁ କେଉଁଠି ଏବଂ କିଭଳି ବ୍ୟବହାର କରାଯାଏ ତାହା ଜଣାନାହିଁ । ପରଫ୍ୟୁମ ଆଣି କେବଳ ଡ୍ରେସର ଚାରିଆଡେ ଲଗାଇ ଦିଅନ୍ତି । ତେବେ ଏପରି କରିବା ଭୁଲ । ତେବେ ଚାଲନ୍ତୁ ଜାଣିନେବା ପରଫ୍ୟୁମ ବ୍ୟବହାରର ସତର୍କତା ବିଷୟରେ..
ପରଫ୍ୟୁମକୁ ହାତ ବନ୍ଧ, କହୁଣୀ, କାଖ, ବେକ, କାନ ପଛରେ ଲଗାନ୍ତୁ ।
ଆବଶ୍ୟକତାଠାରୁ ଅଧିକ ପରଫ୍ୟୁମ ବ୍ୟବହାର କରନ୍ତୁ ନାହିଁ ।
ଏକାସାଙ୍ଗରେ ପାଉଡର, ଡିଓ, ପରଫ୍ୟୁମ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ଚର୍ମ ପ୍ରଭାବିତ ହେବ ।
ଯଦି କୌଣସି ପରଫ୍ୟୁମ ଆପଣଙ୍କ ଚର୍ମକୁ ସୁଟ କରୁନି କିମ୍ବା ଆଲର୍ଜି ହେଉଛି ତେବେ ତାଠରୁ ଦୂରେଇ ରୁହନ୍ତୁ ।
ଡ୍ରେସରେ ପରଫ୍ୟୁମ ବ୍ୟବହାର କରନ୍ତୁ ନାହିଁ । ପରଫ୍ୟୁମରେ ଥିବା କେମିକାଲ୍ସ ଡ୍ରେସକୁ ଖରାପ କରିବା ସହ ଏହାର ବେରଙ୍ଗ କରି ଦେଇଥାଏ ।
ପରଫ୍ୟୁମରେ ଥିବା କେମିକାଲ୍ସ ଗହଣା ମଧ୍ୟ ଖରାପ କରିଦେଇଥାଏ । ତେଣୁ ଗହଣାରେ ପରଫ୍ୟୁମ ବ୍ୟବହାର କରନ୍ତୁ ନାହିଁ ।
ଗାଧୋଇ ସାରିବା ପରେ ପରଫ୍ୟୁମ ଲଗାଇଲେ ଏହା ଅଧିକ ସମୟ ସୁଗନ୍ଧ ଦେଇଥାଏ । ତେଣୁ ଗାଧୋଇ ସାରିବା ପରେ ପରଫ୍ୟୁମ ଲଗାନ୍ତୁ ।
Prev Post
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଭୁବନେଶ୍ୱର ଏମ୍ସ ପରିଦର୍ଶନ :ଏମ୍ସ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ କମିଟି ଉପରେ ଗୁରୁତ
Next Post
