ଆଇଜିଏଚ୍ ହସ୍ପିଟାଲକୁ ଅନୁଦାନ ଦେବା ପ୍ରସଙ୍ଗ : ଧର୍ମେନ୍ଦ୍ରଙ୍କୁ ନରସିଂହଙ୍କ ଟାର୍ଗେଟ ,ସ୍ବର ମିଳାଇଲା ବିଜେଡି

ଭୁବନେଶ୍ବର : ରାଉରକେଲା ଆଇଜିଏଚ୍ ହସ୍ପିଟାଲର କାମ ଆରମ୍ଭ ହେବା ନେଇ ଦିନକୁ ଦିନ ଆରେ।ପ ପ୍ରତ୍ୟାରେ।ପ ବଢ଼ିଚାଲିଛି । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ଟ୍ବିଟ୍ ଓ ତା’ର ଜବାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରି- ଟ୍ବିଟ୍ ପରେ ଆଜି ପୁଣି ବିଜେପିକୁ ଟାଗେର୍ଟ କରିଛନ୍ତି ବିରେ।ଧୀ ଦଳ ନେତା ନରସିଂହ ମିଶ୍ର । ଆଇଜିଏଚ୍ ହସ୍ପିଟାଲ କେନ୍ଦ୍ରର ୬୦ ଭାଗ ଓ ରାଜ୍ୟର ୪୦ ଭାଗ ଅନୁଦାନରେ ନିର୍ମାଣ ହେବ ବେ।ଲି କହୁଯାଉଥିଲା । ରାଜ୍ୟ ୪୦ ଭାଗ ଦେବାକୁ ମନାକଲା । ହେଲେ କେନ୍ଦ୍ର ୨ଶହ କେ।ଟି ଟଙ୍କା ଅନୁଦାନ ଦେବା କଥା କୁହାଯାଉଛି । ତେବେ ଏହି ଅନୁଦାନ କେବେ ଓ କେତେବେଳେ ଦିଆଯାଇଛି ତା’ର ଚିଠି ସାର୍ବଜନନୀ କରିବାକୁ ଆହ୍ବାନ ଦେଇଛନ୍ତି ବିରେ।ଧୀ ଦଳ ନେତା । ସେପଟେ ବିଜେଡି କେନ୍ଦ୍ର ସରକାର ଅନେକ ଯେ।ଜନା କରି ପ୍ରତିଶ୍ରୁତି ରଖିନଥିବା କହିଛି । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି କେନ୍ଦ୍ରର ବିଜେପି ସରାର ଅନେକ ପ୍ରତିଶୃତି ଦେଇବି ପାଳନ କରି ନାହାନ୍ତି ସେଥିରୁ ଆଜିଏଚ ମଧ୍ୟ ଗୋଟିଏ । ଏହା ଜବାବରେ ବିଜେପି କହିଛି ଏକା ଦିନରେ ସବୁ କାମ ହୁଏନି । ଅନୁଦାନ ଆସିଛି ଓ କାମ ଆରମ୍ଭ ହୋଇଛି ବୋଲି ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି ।

Leave A Reply

Your email address will not be published.