କଥାରେ ଅଛି ଯାହାକୁ ଯିଏ ରସିଲା,କିଆ ଫୁଲ ପରି ବାସିଲା । ଥରେ ମନ ରସିଲେ ଅର୍ଥାତ ଥରେ ମଣିଷ ପ୍ରେମରେ ପଡିଲେ ସବୁ ଖରାପ ବି ଭଲଦେଖାଯାଏ । ନିଜ ପ୍ରେମିକର ସବୁ ଖରାପ ଗୁଣବି ଅତି ଭଲ ଲାଗେ । ଏକଥା ଯୁବତୀ ବା ପ୍ରେମିକା ମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ । ପ୍ରେମିକ ବା ପୁଅଙ୍କ ଅପେକ୍ଷା ଝିଅ ମାନଙ୍କ ମନ ଯଦି ଥରେ କେଉଁ ପୁଅ ଠି ଲାଗିଗଲା ତେବେ ତାର ସବୁ ଗୁଣକୁ ବି ଠିକ ବୋଲି ଭାବିନିଏ । ଏକଥା ମଧ୍ୟ ବିଗ୍ୟାଂନ ସମ୍ମତ ହୋଇ ସାରିଛି । ଏହାର ପ୍ରକୃତ କାରଣ ହେଉଛି ଝିଅ ମାନଙ୍କ ଶରୀରରେ ସୃଷ୍ଟି ହେୁଥିବା ଏକ ପ୍ରକାର ହରମୋନ । ଯେଉଁ ଝିଅଙ୍କ ଦେହରେ ଏହି ହରମୋନ ଅଧିକ ଥାଏ ସେମାନେ ସେମାନଙ୍କ ପ୍ରେମରେ ଅନ୍ଧ ହୋଇଯାନ୍ତି । ପରିବାରର ବାରଣ ସତ୍ୱେବି ସେମାନେ ସେଇ ପୁଅ ପଛରେ ପଡନ୍ତି । ନିକଟରେ ୱାଟରଲୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏକଥା ଜଣାପଡିଛି ।
ସ୍ବାଭିମାନ ମାନସିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହୁଏ। ଆତ୍ମ ସମ୍ମାନ ଓ ବ୍ୟକ୍ତିତ୍ୱ ସ୍ବାଭିମାନ ଦ୍ୱାରା ପରିପ୍ରକାଶ ହୋଇଥାଏ। ଏହାକୁ ଯୁବତୀମାନେ ବେଶ୍ ପସନ୍ଦ କରନ୍ତି। ସ୍ବାଭିମାନୀ ଯୁବକ ସେମାନଙ୍କ ପ୍ରତି ଯତ୍ନଶୀଳ ହେବା ସହିତ ଭବିଷ୍ୟତ ଜୀବନରେ ଅନେକ ସମସ୍ୟାକୁ ସହଜରେ ସମାଧାନ କରିପାରିବେ ବୋଲି ଯୁବତୀମାନେ ବିଶ୍ୱାସ କରନ୍ତି। ଏହି ମର୍ମରେ ଗବେଷକ ୧୭ରୁ ୨୩ ବର୍ଷ ବୟସ୍କ ୭ ହଜାର ଯୁବତୀଙ୍କ ଉପରେ ଅଧ୍ୟୟନ କରିଥିଲେ। ସେମାନେ କେଉଁ ମାନଦଣ୍ଡ ଆଧାରରେ ଯୁବକଙ୍କୁ ପସନ୍ଦ କରିଥାନ୍ତି ବୋଲି ପ୍ରଶ୍ନ ପଚରାଯାଇଥିଲା। ଉତ୍ତର ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଖାମଖିଆଲି ଭାବେ କଥାବାର୍ତ୍ତା
କରୁଥିବା ଯୁବକଙ୍କୁ ଯୁବତୀ ପ୍ରାୟତଃ ନା ପସନ୍ଦ କରୁଥିବା ଜଣାପଡିଥିଲା। ଏଭଳି ଯୁବକ ଜୀବନରେ ଠିକ ନିଷ୍ପତ୍ତି ନେଇ ପାରି ନ ଥାନ୍ତି ବୋଲି ଯୁବତୀମାନେ କହିଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
