ଆସନ୍ତାକାଲି ପାରାଦୀପ ଠାରେ ଇଣ୍ଡିଆନ ଅଏଲର ପ୍ରଡକ୍ଟ ଆପ୍ଲିକେସନ ଏବଂ ଡେଭଲପ୍ ସେଂଟର(ପିଏଡିସି)ର ଉଦଘାଟନ

ଭୁବନେଶ୍ୱର: ଓଡିଶା ଏବଂ ଭାରତର ପୂର୍ବ ଭାଗରେ ପଲିମର ଶିଳ୍ପର ବିକାଶକୁ ପ୍ରୋତ୍ସାହନ ତଥା ବଢାଇବା ପାଇଁ ପାରାଦୀପ ଠାରେ ଇଣ୍ଡିଆନ ଅଏଲ ଦ୍ୱାରା ଏହାର ବିଶୋଧନଗାର ଏବଂ ପେଟ୍ରୋକେମିକାଲ କମ୍ପେକ୍ସ ସହିତ ୪୩ କୋଟି ଟଙ୍କା ମୂଲ୍ୟର ଏକ ପ୍ରଡକ୍ଟ ଆପ୍ଲିକେସନ ଏବଂ ଡେଭଲପ୍‌ ସେଂଟର(ପିଏଡିସି) ପ୍ରତିଷ୍ଠା କରାଯାଇଛି ।

୫ ଏକର ଜମି ଓ ୩୩୩୪ ବର୍ଗ ମିଟର ବିଶିଷ୍ଟ କ୍ଷେତ୍ରରେ ପାରାଦୀପରେ ନୂତନ ଭାବରେ ନିର୍ମିତ ପିଏଡିସିକୁ ମିଳିତ ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ପୂର୍ବାହ୍ଣ ୧୧ଟାରେ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ପୂର୍ବଦୋୟ ପାଇଁ ଆହ୍ୱାନ କରିଛନ୍ତି । ପୂର୍ବଭାରତ ଦେଶର ଅଭିବୃଦ୍ଧିକୁ ଆଗେଇ ନେବାରେ ଓ ଭାରତକୁ ସନ୍ତୁଳିତ ଢାଂଚାରେ ଆଗକୁ ବଢାଉଛି । ଏହି ଯାତ୍ରାର ଅଂଶ ଭାବରେ ଇଣ୍ଡିଆନ ଅଏଲ ୨୦୧୯ ଫେବୃୟାରୀରେ ପାରାଦୀପ ବିଶୋଧନାଗାରରେ ୭ ଲକ୍ଷ ମେଟ୍ରିକ ଟନ ବିଶିଷ୍ଟ ପୋଲିପ୍ରୋପିଲିନ ପ୍ଲାଂଟକୁ ଆରମ୍ଭ କରିଥିଲା ।  ଏହିଭଳି ବୈଷୟିକ କେନ୍ଦ୍ର ଦେଶର ଷଷ୍ଠ ଏବଂ ପୂର୍ବ ଭାରତର ଦ୍ୱିତୀୟ । ଏହି ସେଂଟର ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଲାବରୋଟରି ଅଫ୍ ଡିପାର୍ଟମେଟ ଅଫ୍ ସାଇନଟିଫିକ ଏବଂ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ଡିଏସଆଇଆର) ଭାବରେ ଜଣାଯାଏ ।

ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ପରିପ୍ରେକ୍ଷୀରେ ପିଏଡିସି ପାରାଦୀପର ବିକାଶ ଏବଂ ପଲିମର ଆମଦାନୀକୁ ହ୍ରାସ କରିବାରେ ବିକଳ୍ପ ଭାବରେ ସହାୟକ ହେବ । ପିଏଡିସିର ମୁଖ୍ୟ ଉଦ୍ଦେଶ୍ୟ ହେଇଛି ଅଭିନବ ଆପଲିକେସନର ବିକାଶ କରି ଭଲ କପଡା ଓ ଟେକ୍ନିକାଲ ଟେକ୍ସଟାଇଲ ଭଳି ସାମଗ୍ରୀ ତିଆରି କରି ଦେଶରେ ଏଭଳି ସାମଗ୍ରୀର ଆମଦାନୀକୁ ହ୍ରାସ କରିବା । ଏହି କେନ୍ଦ୍ର ପଲିମେରିକ ସାମଗ୍ରୀ ଏବଂ ସମ୍ବୋଧିତ ଜିନିଷ ଗୁଡିକର ବିକଶିତ ଅଂଚଳକୁ ଚିହ୍ନଟ କରିବା ସହ ସ୍ୱଦେଶୀ ପ୍ରୋତ୍ସାହନ ଭାବେ ଭାରତକୁ ଆତ୍ମନିର୍ଭର କରିବ । ଅ। ଗାମୀ ଦିନରେ ଭଦ୍ରକ ଏବଂ ଧାମରାରେ ଟେକ୍ସଟାଇଲ ଡାଉନଷ୍ଟ୍ରିମ ୟୁନିଟ୍ ପାଇଁ ପଲିଷ୍ଟର ସୂତା ଓ କପଡା ପାଇଁ ପିଏଡିସି ଏକ ବୈଷୟିକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।

ପଲିମରରକୁ ବଢାଇବା ପାଇଁ ପିଏଡିସି ଆପ୍ଲିକେସନ ଏବଂ ଡେଭଲପ ସେଂଟର ନିମନ୍ତେ ଅନ୍ୟାନ୍ୟ ପ୍ରତିଷ୍ଠିତ ଗବେଷଣା କେନ୍ଦ୍ର ଯଥା ଆଇସିଟି, ଭୁବନେଶ୍ୱର, ସିଆଇପିଇଟି ଏବଂ ଏନସିଏଲ ପୁନେ ସହ କାର୍ଯ୍ୟ କରିବ । ଗ୍ରାହକ ଏବଂ ନୂଆ ପୁଞ୍ଜିନିବେଶକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କେନ୍ଦ୍ରରେ ଅତ୍ୟାଧୁନିକ ପରୀକ୍ଷଣ ଏବଂ ପ୍ରକ୍ରିୟାକରଣ ଯନ୍ତ୍ରପାତି ଅଛି । ପାରାଦୀପ ସ୍ଥିତ ପିଏଡିସି ନୂଆ ପୁଞ୍ଜିନିବେଶକାରୀ ଓ ଉଦ୍ୟୋଗୀଙ୍କୁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାରେ ଏବଂ ଶିଳ୍ପ ପ୍ରତିଷ୍ଠା କରିବା ଓ ନିବେଶକଙ୍କ ପାଇଁ ପ୍ରସ୍ତୁତ ଉତ୍ପାଦ ଗୁଡିକ ପାଇଁ ବଜାର ପ୍ରତିଷ୍ଠା କରିବାକୁ ସହଯୋଗ କରିବ ।

Leave A Reply

Your email address will not be published.