ଜାଗରରେ ଶୈବପୀଠରେ ଭକ୍ତଙ୍କ ଗହଳି

ଭୁବନେଶ୍ବର :  ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ । ସ୍ବତନ୍ତ୍ର ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା । ଜାଗର ଜାଳିବା ପାଇଁ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ହୋଇଛି ବିପୁଳ ସମାଗମ । ବିଶେଷ କରି ପୁରୀର ଶ୍ରୀଲୋକନାଥ, ଭୁବନେଶ୍ବରର ଶ୍ରୀଲିଙ୍ଗରାଜ, ଢେଙ୍କାନାଳର କପିଳାସ, କଟକର ଧବଳେଶ୍ବରଙ୍କ ପୀଠରେ ହଜାର ହଜାର ଭକ୍ତ ଜାଗର ଜାଳିବା ପାଇଁ ପହଞ୍ଚିଛନ୍ତି ।ସାରା ରାଜ୍ୟରେ ଭକ୍ତିମୟ ପରିବେଶ । ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ଶୈବପୀଠ । ସବୁଠି ଦେବଦେବ ମହାଦେବଙ୍କ ଆରାଧନା । ସ୍ବତନ୍ତ୍ର ରୀତିନୀତିରେ ଚାଲିଛି ଭୋଳାବାବାଙ୍କ ପୂଜାର୍ଚ୍ଚନା ।ଦେଶର ପ୍ରମୁଖ ଶୈବ ପୀଠ ମଧ୍ୟରେ ଶ୍ରୀଲିଙ୍ଗରାଜଙ୍କ ପୀଠ । ଆଜି ଦିନ ତମାମ ଲକ୍ଷଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏଠାରେ ଶ୍ରୀଜୀଉଙ୍କ ମାଜଣା ଓ ବେଶ ପରେ ଭକ୍ତମାନେ ମହାଦେବଙ୍କୁ ଦର୍ଶନ କରିଛନ୍ତି। ମହାଶିବରାତ୍ରି ପାଇଁ ଉତ୍ସବମୁଖର ପୁରୀ ଶ୍ରୀଲୋକନାଥଙ୍କ ପୀଠ। ରାତି ସାଢେ ୧୨ଟାରୁ ଦ୍ବାରଫିଟା ପରେ ଭୋର ୩ଟାରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ।

ଏଠାରେ ଆଜି ରାତିରେ ହରିହର ଭେଟ ନୀତି ପରେ ମହାଦୀପ ଉଠିବ । ଭକ୍ତମାନେ ରାତି ତମାମ ଉଜାଗର ରହି ଦୀପ ଜାଳିବେ । ଜାଗର ପାଇଁ ଚଳଚଞ୍ଚଳ ମହାପ୍ରଭୁ ଚନ୍ଦ୍ରଶେଖରଙ୍କ ବିଜେସ୍ଥଳୀ ଢେଙ୍କାନାଳର କପିଳାସ ପୀଠ । ଏଠାରେ ଚାରି ପ୍ରହରରେ ଷୋଳପୂଜା, ବେଢା ପରିକ୍ରମା ପରେ ଭୋର ୪ଟା ୨୦ ସୁଦ୍ଧା ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି।ସେହିପରି ଭକ୍ତିମୟ, କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର । ବାବା୍ଙ୍କୁ କେତକୀ ଫୁଲରେ ଆଜି ସଜାଯାଇଥିଲା। ଏଠାରେ ମଧ୍ୟ ରାତ୍ରିରେ ଦିଅଁଙ୍କ ନିକଟରେ ମାଣ୍ଡୁଅ ଭୋଗ ଲାଗି ହେବା ପରେ ଉଠିବ ମହାଦୀପ ।ଭଦ୍ରକରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ହୋଇଛି ହଜାର ହଜାର ଭକ୍ତଙ୍କ ସମାଗମ। ଏଠାରେ ରାତି ସାଢେ ୪ଟାରେ ମହାଦୀପ ଉଠିବ । ଏହାପରେ ଚାରିପ୍ରହର, ମହାସ୍ନାନ ଏବଂ ରୁଦ୍ରାଭିଷେକ କରାଯିବାର ନୀତି ନିର୍ଦ୍ଧଆରଣ ହୋଇଛି ।ଏପଟେ ହରହର ମହାଦେବ ଧ୍ବନିରେ ପ୍ରକମ୍ପିତ ହେଉଛି ଶରଣକୂଳର ଲଡୁବାବାଙ୍କ ପୀଠ। ଏଠାରେ ରାତି ୧୨ଟାରେ ମହାଦୀପ ଉଠିବାର ନୀତି ନିର୍ଦ୍ଧଣ୍ଟ ହୋଇଛି ।ମହାଶିବରାତ୍ରି ପାଇଁ ଶିବଧ୍ବନିରେ ପ୍ରକମ୍ପିତ ହେଉଛି ବଲାଙ୍ଗୀରର ପ୍ରସିଦ୍ଧ ହରିଶଙ୍କର ପୀଠ। ରାତି ୧୨ଟାରେ ମହାଦୀପ ଉଠିବାକୁ ନୀତି ନିର୍ଦ୍ଧାରଣ ହୋଇଥିବା ବେଳେ ସକାଳୁ ଲାଗିଛି ଭକ୍ତଙ୍କ ଭିଡ଼ । ମହା ଶିବରାତ୍ରୀ ପାଇଁ ଚଳଚଂଚଳ କୋରାପୁଟର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ବର । ପଡୋଶୀ ଜିଲ୍ଲା ସମେତ ଆନ୍ଧ୍ର ଓ ଛତିଶଗଡ଼ର ହଜାର ହଜାର ଶ୍ରଦ୍ଧାଳୁଙ୍କର ହୋଇଛି ସମାଗମ ।

 

Leave A Reply

Your email address will not be published.