୯୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ

ଯାଜପୁର: ବୁଧବାର ଦିନ କଟକ ଫ୍ଲାଇଙ୍ଗ୍‌ ସ୍କ୍ଵାଡ୍‌ ଏବଂ ଯାଜପୁର ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ପାଣିକୋଇଲି ଅଞ୍ଚଳରୁ ୯୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି ଓ ଦୁଇ ଜଣଙ୍କୁ ଗିରଫ କରିଛି।

ପାଣିକୋଇଲି ଅଞ୍ଚଳର ସୁଜିତ କୁମାର ଧଳ ଓ ଆଶିଷ ପରିଡ଼ା ପାଣିକୋଇଲି ଛକରେ ଚୋରା ବ୍ରାଉନ୍‌ ସୁଗାର ବ୍ୟବସାୟ କରୁଥିବା କଥା ଅବକାରୀ ବିଭାଗ ପାଖରେ ସୂଚନା ଥିଲା। ଆଜି ସକାଳୁ ଅବକାରୀ ବିଭାଗ କର୍ମଚାରୀମାନେ ଛଦ୍ମବେଶୀ ଗ୍ରାହକ ସାଜି ବ୍ରାଉନ୍‌ ସୁଗାର୍‌ ଖରିଦ କରିବା ପାଇଁ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଧରିଥିଲେ। ଯୁବକ ଦ୍ୱୟ ବାଲେଶ୍ୱରର ଅରଡ଼ ବଜାରରୁ ବ୍ରାଉନ୍‌ ସୁଗାର ଆଣି ତାକୁ ଦିଆଶିଲି ଖୋଳ ଓ ସିଗାରେଟ୍‌ ଖୋଳରେ ପ୍ୟାକ୍‌ କରି ବିକ୍ରୟ କରୁଥିଲେ। ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ଅଧିକ ଅନୁସନ୍ଧାନ ଆରମ୍ଭ କରିଛି।

Leave A Reply

Your email address will not be published.