ଦିଲ୍ଲୀ : ପ୍ରକାଶ ପାଇଛି ଜେଇଇ ଆଡଭାନ୍ସଡ ରେଜଲ୍ଟ । ରୁରକି ଜୋନର ପ୍ରଣବ ଗୋୟଲ ଟପ୍ପର ହୋଇଛନ୍ତି । ଦିଲ୍ଲୀ ଜୋନ୍ ର ସାହିଲ ଜୈନ୍ ଏବଂ କୈଲାସ ଗୁପ୍ତା ଯାଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଦଖଲ କରିଛନ୍ତି । ଝିଅଙ୍କ ମଧ୍ୟରେ ଦିଲ୍ଲୀ ଜୋନର ମୀନାଲ ପରଖ ଟପ୍ପର ହୋଇଛନ୍ତି । ପରୀକ୍ଷାଫଳ www.jeeadv.ac.inରେ ଉପଲବ୍ଧ । ଦେଶରେ ଥିବା ସମସ୍ତ ଆଇଆଇଟି ଏବଂ ଧାନବାଦସ୍ଥିତ ଆଇଏସଏମରେ ନାମ ଲେଖା ପାଇଁ ହୋଇଥିଲା ପରୀକ୍ଷା । ସାରା ଦେଶରେ ୧୬୨କେନ୍ଦ୍ରରେ ୨ ଲକ୍ଷ ୩୧ ହଜାର ୨୪ ଜଣ ଛାତ୍ରଛାତ୍ରୀ ଅନଲାଇନରେ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧୮ ହଜାର ୧୩୮ଜଣ କୃତକାର୍ଯ୍ୟ ହୋଇଛନ୍ତି । ୧୦ ହଜାର ୬୨ ଜଣ ପୁଅ ୨ ହଜାର ୭୬ ଜଣ ଝିଅ କୃତକାର୍ଯ୍ୟ ହୋଇଛନ୍ତି । ଦିଲ୍ଲୀ ଆଇଆଇଟି ପାଇଁ ସର୍ବାଧିକ ୫ ହାଜର ୭୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ଆଇଆଇଟି ମାଡ୍ରାସ ପାଇଁ ୩ ହାଜର ୫୯୫ ଜଣ, ଆଇଆଇଟି ବମ୍ବେ ଜୋନ୍ ରୁ ୨ ହଜାର ୯୩୬, ଆଇଆଇଟି କାନପୁର ଜୋନ୍ ରୁ ୨ ହଜାର ୧୬୦, ଆଇଆଇଟି ଖଡଗପୁର ଜୋନ୍ ରୁ ୧ ହଜାର ୧୭୬, ଆଇଆଇଟି ରୁର୍ କି ଜୋନରୁ ୧ ହଜାର ୮୦୦ , ଆଇଆଇଟି ଗୋହାଟି ଜୋନ୍ ରୁ ୮୩୯ ଜଣ କ୍ବାଲିଫାଏ କରିଛନ୍ତି । ଓଡ଼ିଶାରୁ ୬ ହଜାର ୩୦୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
