ଗୁମୁଡୁମାହା ଗୁଳିକାଣ୍ଡ ଘଟଣା: ରିପୋର୍ଟ ଦାଖଲ କଲେ  ତଦନ୍ତ କମିଶନ

ଭୁବନେଶ୍ବର : ବହୁଚର୍ଚ୍ଚିତ ଫୁଲବାଣୀ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ତଦନ୍ତ କମିଶନ ଶନିବାର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ରାଜ୍ୟ ଗୃହ ବିଭାଗକୁ ଜନାବ ମହମ୍ମଦ ଅଜମଲଙ୍କ ତଦନ୍ତ କମିଶନ ରିପୋର୍ଟ ଦେଇଛନ୍ତି । ୨୦ ଜଣ ସାକ୍ଷୀଙ୍କ ସତ୍ୟପାଠର ୧୦୪ ପୃଷ୍ଠା ବିଶିଷ୍ଟ ରିପୋର୍ଟ ପ୍ରଦାନ କରାଯାଇଛି ।

ଗୁମୁଡୁମୁହା ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର କନ୍ଧମାଳ ଜିଲ୍ଲା ଦୌରା ଜଜ ଜନାବ ମହମ୍ମଦ ଅଜମଲ କମିଶନଙ୍କୁ ଗତ ୨୦୧୬ ଜୁଲାଇ ୨୨ରେ ନିଯୁକ୍ତି ଦେଇଥିଲେ । ୨୦୧୬ ଡିସେମ୍ବର ମାସରୁ ଏଥିରେ ୨୦ ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ସାକ୍ଷୀଙ୍କ ମତକୁ ଗ୍ରହଣ କରି ତଦନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରାଜ୍ୟ ଗୃହ ବିଭାଗକୁ ୧୦୪ ପୃଷ୍ଠାର ରିପୋର୍ଟ ପ୍ରଦାନ କରାଯାଇଛି । ଏହି ରିପୋର୍ଟକୁ ୧୦ ମାସରେ ପ୍ରସ୍ତୁତ କରାଯାଇଛି । ମାର୍ଚ୍ଚ ୨୦ରେ ଜନାବ ମହମ୍ମଦ ଅଜମଲ କମିଶନଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଆଜି ତଦନ୍ତ ରିପୋର୍ଟ ଦେଇଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୬, ଜୁଲାଇ ୮ରେ କନ୍ଧମାଳ ଗୁମୁଡୁମୁହାରେ ଏସ୍‌ଓଜି ଯବାନମାନେ ମାଓ ଅପରେସନ୍‌ରେ ବାହାରିଥିଲେ । ଏହି ସମୟରେ ବାଲିଗୁଡ଼ାରୁ ଟଙ୍କା ଉଠାଇ ଅଟୋରେ ଫେରୁଥିବା ବେଳେ ମାଓବାଦୀ ସନ୍ଦେହରେ ଆଦିବାସୀଙ୍କ ଉପରେ ଗୁଳି ଚାଳନା କରିଥିଲେ ଏସ୍‌ଓଜି ଯବାନ । ଏଥିରେ ଜଣେ ଶିଶୁ ସମେତ ୫ ଜଣ ଆଦିବାସୀଙ୍କ ଜୀବନ ଦୀପ ଲିଭି ଯାଇଥିଲା ।

Leave A Reply

Your email address will not be published.