ଜୁଲାଇ ୨୪ରେ ରିଲିଜ୍‌ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ “ଦିଲ୍‌ ବେଚାରା”

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ କ୍ୟାରିୟରକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ। କିନ୍ତୁ ତାଙ୍କ ଆତ୍ମହତ୍ୟା ଘଟଣା ଏ ସବୁଥିରେ ପୁର୍ଣ୍ଣଚ୍ଛେଦ ପକାଇଛି। ଏଥିସହ ଅଭିନେତାଙ୍କୁ ପ୍ରଶଂସକଙ୍କଠାରୁ ଦୂରେଇ ନେଇଛି। ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଦେଖିବାର ବୋଧହୁଏ ସୁଶାନ୍ତଙ୍କ ଭାଗ୍ୟରେ ନ ଥିଲା। ଆସନ୍ତା ଜୁଲାଇ ୨୪ରେ ଡିଜ୍‌ନି ହଟ୍‌ ଷ୍ଟାର ପ୍ଲସ୍‌ରେ ଏହି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି।

ଦିଲ୍‌ ବେଚାରା’ ଗତ ବର୍ଷ ନଭେମ୍ବରରେ ରିଲିଜ୍‌ ହେବାର ଥିଲା। ମାତ୍ର କୌଣସି କାରଣରୁ ତାହା ହୋଇ ପାରି ନ ଥିଲା। କିଛି ଦିନ ପୂର୍ବେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ବୋଲି ଚର୍ଚ୍ଚା ହେଉଥିଲା। ଏହା ପରେ ତାଙ୍କ ପ୍ରଶଂସକମାନେ ଫିଲ୍ମକୁ ଓଟିଟି ପରିବର୍ତ୍ତେ ସିନେମା ହଲ୍‌ରେ ରିଲିଜ୍‌ କରିବାକୁ ନିବେଦନ କରିଥିଲେ। ମାତ୍ର ଏବେ ଫିଲ୍ମଟି ଓଟିଟିରେ ରିଲିଜ୍‌ ହେବାକୁ ଯାଉଛି। ଫକ୍ସ ଷ୍ଟାର ଷ୍ଟୁଡିଓ ବ୍ୟାନରରେ ଏହା ନିର୍ମାଣ ହୋଇଛି।

Leave A Reply

Your email address will not be published.