କାନ୍ଦୁଛି କୁଆଁରୀ ମା : କନ୍ଧମାଳ ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଇଥିବା ଶିଶୁର ମୃତ୍ୟୁ

୪ଜଣଙ୍କୁ ନିଲମ୍ବନ, ୬ଜଣଙ୍କୁ ବହିଷ୍କା. ୧୪ ଜଣଙ୍କୁ ବଦଳି

କନ୍ଧମାଳ : କନ୍ଧମାଳ ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଇଥିବା ଶିଶୁର ମୃତ୍ୟୁ । ବ୍ରହ୍ମପୁର ଏମ୍କେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ନବଜାତକ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ନାବାଳିକା ମା ର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ଘଟଣାରେ ୪ ଜଣ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ମାଟ୍ରନ୍. ଏଏନ୍ଏମ୍, ରୋଷେୟାଙ୍କ ସମେତ ୬ଜଣଙ୍କୁ ବହିଷ୍କାର କରାଯାଇଛି, ୧୪ ଜଣଙ୍କୁ ବଦଳି କରାଯାଇଛି । ନାବାଳିକା ସହ ସଂପର୍କ ଅଭିଯୋଗରେ ସ୍ଥାନୀୟ କଲେଜର ଜଣେ ଯୁକ୍ତ ୩ ଛାତ୍ରକୁ ଗିରଫ କରାଯାଇଛି ।
ହେଲେ ଏଥିରେ ସନ୍ତୁଷ୍ଟ ନାହାନ୍ତି ବିରୋଧୀ । ସରକାରଙ୍କୁ ଘେରିବା ସହ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।
ନବଜାତକ ଶିଶୁ କନ୍ୟାର ମୃତ୍ୟୁ । ଦୁନିଆ ଦେଖିବା ଆଗରୁ ଏମ୍କେସିଜି ହସ୍ପିଟାଲରେ ତାର ମୃତ୍ୟୁ ହୋଇଛି । ସେପଟେ ନାବାଳିକା ମାଆର ଅବସ୍ଥା ଗୁରୁତର ଥିବାରୁ ତାକୁ ବଞ୍ଚାଇବାକୁ ଜାରି ରହିଛି ଉଦ୍ୟମ । କନ୍ଧମାଳ ଗ୍ରୀନବାଡ଼ି ଆବାସିକ ବିଦ୍ୟାଳୟରେ ଛାତ୍ରୀ ମା’ ହେବା ଘଟଣାରେ କାଲି ଉଠିଥିଲା ପଡିଥିଲା ସାରା ରାଜ୍ୟ । ସରକାରଙ୍କ ଅପାରଗତାକୁ ନେଇ ଗର୍ଜିଥିଲେ ବିରୋଧୀ । ଦୋଷୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ସରକାର ତରବରିଆ ଭାବେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କ ସମେତ ୪ଜଣଙ୍କୁ ନିଲମ୍ବନ କରିଛନ୍ତି । ମାଟ୍ରନ, ଏଏନଏମ, ରୋଷେୟାଙ୍କ ସମେତ ୬ଜଣଙ୍କୁ ବହିଷ୍କାର କରାଯାଇଛି। ଏଥିସହ ୧୪ ଜଣଙ୍କୁ ବଦଳି କରାଯାଇଥିବା କହିଛନ୍ତି ଆଦିବାସୀ ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ ।ଏଭଳି ଘଟଣାର ଯେପରି ପୁନାରବୃତ୍ତି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି । ଏଥିପାଇଁ ରାଜ୍ୟର ୧ ହଜାର ଆଦିବାସୀ ବିଦ୍ୟାଳୟରେ ସିସିଟିଭି ଲାଗିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ଆଦିବାସୀ ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ ।
କନ୍ଧାମାଳ ଦାରିଙ୍ଗବାଡିର ସେବାଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଟଏଲେଟ୍ରେ ସନ୍ତାନ ପ୍ରସବ ପରେ ନାବାଳିକା ମା ଓ ନବଜାତକକୁ ସ୍କୁଲରୁ ତଡି ଦେଇଥିଲେ କର୍ତ୍ତୃପକ୍ଷ । ଥଣ୍ଡାରେ ଜଙ୍ଗଲରେ ମା ଓ ଶିଶୁ ରାତି ସାରା ପଡିରହିଥିଲେ ।ନ୍ୟୁଜ ୭ରେ ଏନେଇ ଖବର ପ୍ରସାରଣ ପରେ ଆକ୍ସନକୁ ଆସିଥିଲେ ଜିଲ୍ଲା ମଙ୍ଗଳ ଆଧିକାରୀ । ଉଭୟ ମାଆ ଓ ନବଜାତକଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ଏମ୍କେସିଜିରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.